NATIONALTOP STORIES

ଶିଲା ଦିକ୍ଷିତ୍ଙ୍କୁ ପୁଣି ଦିଲ୍ଲୀ କଂଗ୍ରେସ କମାଣ୍ଡ୍

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ଦିଲ୍ଲୀରୁ ୩ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶୀଲା ଦିକ୍ଷୀତଙ୍କୁ ପୁଣି ଥରେ କଂଗ୍ରେସ ପକ୍ଷରୁ ଦିଲ୍ଲୀ ଦାୟିତ୍ୱ ଦିଆଯାଇଛି । ଅଜୟ ମାକନ୍ ଦିଲ୍ଲୀ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ଶୀଲାଙ୍କ ହାତକୁ କମାଣ୍ଡ ପୁଣିଥରେ ଯାଇଛି । ଶିଲାଙ୍କୁ ଅଧ୍ୟକ୍ଷ କରାଯିବା ପରେ ଅଜୟ ମାକନ୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେବେନ୍ଦ୍ର ଯାଦବ, ରାଜେଶ ଲିଲୋଥିଆ ଏବଂ ହାରୁନ୍ ୟୁସୁଫ୍ଙ୍କୁ ଦିଲ୍ଲୀ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ପ୍ରକାଶଯୋଗ୍ୟ, ୮୦ ବର୍ଷିୟା ଶୀଲା ଦିକ୍ଷୀତ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଲଗାତର ୧୫ ବର୍ଷ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୪ରେ ସେ କେରଳ ରାଜ୍ୟପାଳ ହୋଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close