fbpx

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପଙ୍କ ଚିଠି

ଭୁବନେଶ୍ୱର,୨୫ ।୩(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ସାରା ଦେଶରେ ଲକ୍-ଡାଉନ୍ ପରେ ବିଭିନ୍ନ ରାଜ୍ୟରେ ଅନେକ ଓଡିଆ ଫସି ରହିଛନ୍ତି । ରାଜ୍ୟ ବାହାରେ ଫସିରହିଥିବା ଓଡିଆଙ୍କ ସହାୟତା ପାଇଁ ପ୍ରତାପ ଅନୁରୋଧ କରିଛନ୍ତି ।

ଏହା ସହ ଫସିଥିବା ଓଡିଆଙ୍କ ଖାଦ୍ୟ ଓ ରହଣୀ ବ୍ୟବସ୍ଥା କରିବାକୁ ସେ  ଅନୁରୋଧ କରିଛନ୍ତି । ସେମାନଙ୍କ ସହାୟତା ପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିବାକୁ ପ୍ରତାପ ଚିଠିରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.