SPORTSTOP STORIES

ଦ୍ୱିତୀୟ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ କୁ ହରାଇଲା ଭାରତ

ଅକଲାଣ୍ଡ,୮।୨: ଶୁକ୍ରବାର ଅକଲାଣ୍ଡରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ମ୍ୟାଚ ରେ ଭାରତ ଦମଦାର ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ହରାଇଛି ଭାରତ । ଏହି ମ୍ୟାଚରେ ରୋହିତ ଶର୍ମା ୫୦ରନ, ରିଶଭ ପନ୍ତ ୪୦ରନ ଓ ଶିଖର ଧୱନ ୩୦ରନ କରିଛିନ୍ତି । ୩ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ବରାବର ହୋଇଛି । ଦମଦାର ଅର୍ଦ୍ଧଶତକ ସହ ଟି-୨୦ରେ ରୋହିତ ଶର୍ମା ସର୍ବାଧିକ ରନ କରିଛନ୍ତି । ନ୍ୟୁଜିଲାଣ୍ଡ ୧୫୮/୮ କରିଥିବା ବେଳେ ଭାରତ ୧୮.୫ ଓଭରରେ ୧୬୨/୩ ରନ କରି ବିଜୟ ଲାଭ କରିଛି । କୃଣାଳ ପାଣ୍ଡ୍ୟାଙ୍କୁ ୩ଟି ଓ ଖଲିଲ ଅହମଦ ୨ଟି ୱିକେଟ ନେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *