NATIONALNATIONAL NEWSNEWSTOP STORIES

ୟୁପି ମଦମୃତ୍ୟୁ ମାମଲାକୁ ନେଇ ବାପା ପୁଅକୁ ଗିରଫ

ୟୁପି, ୧୨ା୨:ଉତ୍ତରାଖଣ୍ଡ ବିଷାକ୍ତ ମଦମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଉତ୍ତରପ୍ରଦେଶର ଭାଗଲପୁରର ବାପ(ଫକିର), ପୁଅ(ସୋନୁ)କୁ ଗିରଫ କରିଛି ପୋଲିସ । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଉତ୍ତରପ୍ରଦେଶର ଶାହରାନପୁର, କୁଶୀନଗର ଓ ଉତ୍ତରାଖଣ୍ଡର ରୁଡ଼କୀରେ ଦେଖିବାକୁ ମିଳିଥିଲା ଏହି ବିଷାକ୍ତ ମଦର ବିଭୀଷିକା । ଘଟଣାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଶୋକ ପ୍ରକାଶ କରିବା ସହ ଘଟାଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମଦମୃତ୍ୟୁ ବିଭିଷିକାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଉତ୍ତରପ୍ରଦେଶର ଶାହାରାନପୁରର କୋଲକି ଗାଁ ।

Show More

Related Articles

Leave a Reply

Your email address will not be published. Required fields are marked *