fbpx

ଭୁଶୁଡିଲା କୋଚିଂ ସେଣ୍ଟରର ଛାତ, ୫ ଛାତ୍ର ମୃତ

ନୂଆଦିଲ୍ଲୀ,୨୫ ।୧: ନୂଆଦିଲ୍ଲୀର ଭଜନପୁରା ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରର ଛାତ ଅଚାନକ୍ ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ ୧୧ ଜଣ ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଛାତ୍ରଙ୍କ ମୃତ୍ୟୁ ଘଟିଛି । ପୋଲିସଙ୍କ କହିବା ମୁତାବକ, ଗୋକଳପୁରର ଭୋଜନପୁରା ଅଞ୍ଚଳରେ ନିର୍ମାଣଧୀନ କୋଚିଂ ସେଣ୍ଟରରେ ଛାତ୍ରମାନେ ପାଠ ପଢୁଥିଲେ । ଅଚାନକ୍ ଛାତ ଭୁଶୁଡିପଡିବାରୁ ୧୧ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Get real time updates directly on you device, subscribe now.