fbpx

ଫେରିଲା ନରହନ୍ତା ଦନ୍ତା ହାତୀ

କଟକ, ୨୮ା୧(ଓଡ଼ିଶା ଭାସ୍କର): କଟକ କୁସୁନପୁରକୁ ନରହନ୍ତା ଦନ୍ତାହାତୀକୁ ଆଣିବା ବେଳେ ଲୋକମାନେ ଅଟକାଇଥିଲେ । ଟାଙ୍ଗୀ ହଳଦୀବସନ୍ତଠାରେ ନରହନ୍ତା ଦନ୍ତାକୁ ଅଟାଇଥିଲେ ସ୍ଥାନୀୟ ଲୋକେ । ସେଠାରେ ଲୋକଙ୍କ ବିରୋଧ ପ୍ରଦର୍ଶନ ପରେ ନରହନ୍ତା ଦନ୍ତା ହାତୀକୁ ଫେରାଇ ନେଇଯାଇଛି ବନବିଭାଗ । ଗତକାଲି ଯାଜପୁର କଣ୍ଟିପୁରରୁ ଦନ୍ତାକୁ କାବୁ କରାଯାଇଥିଲା । ୯ଦିନ ଧରି ଯାଜପୁରରେ ଆତଙ୍କ ଖେଳାଇଥିଲା ଦନ୍ତାହାତୀ । ସେଠାରେ ୪ଜଣଙ୍କୁ ଦଳି ମାରିଥିଲା ଏବଂ ୧୦ଜଣ ଆହତ ମଧ୍ୟ ହୋଇଥିଲେ ।

Get real time updates directly on you device, subscribe now.