CITY NEWSCRIMENEWSODISHATOP STORIES

ସାମନ୍ତରାପୁର ହନୁମାନ ମନ୍ଦିର ନିକଟରେ ଗାଡି ଭିତରେ ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର, ୧।୧୦ (ଓଡ଼ିଶା ଭାସ୍କର): ସୋମବାର ସକାଲୁ ଏକ ବନ୍ଦ କାର ଭିତରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ୍ । ମିଳିଥିବା ତାଜା ସୂଚନା ଅନୁସାରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ଲୁଇସରୋଡ଼ ସାମନ୍ତରାପୁର ଶ୍ରୀରାମନଗର ହନୁମାନମନ୍ଦିର ନିକଟରେ ଏକ କାର ନଂ ଓଆର ୦୨ଏଏମ ୨୬୦୦ ର ଡ଼ୋର ବନ୍ଦ ଥିବାବେଳେ କାରର ଆଗ ସିଟ ରେ ଜଣେ ଅଜଣା ମହିଳାଙ୍କ ମୃତ ଦେହ ରହିଛି । ମୁହଁ ଟି ତଳକୁ ରହିଛି । ପାଖରେ ମନି ପର୍ସ ଓ ବ୍ୟାଗ୍ ମଧ୍ୟ ରହିଛି । କାର ଟି ର ଆଗ ପାଖ ମାଡ଼ Carହୋଇଥିବାଭଳି ଜଣାପଡ଼ୁଛି । ଲିଙ୍ଗରାଜଥାନା ପୋଲିସ୍ ପହଂଚି ଶବଟିକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close