CRICKETNEWSSPORTSPORTSTOP STORIES

ଦିଲ୍ଲୀ ଡେୟାରଡେଭିଲ୍ସର ସହାୟକ କୋଚ୍ ହେଲେ କୈଫ୍

ନୂଆଦିଲ୍ଲୀ, ୯ା୧୧ : ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫ୍ଙ୍କୁ ଶୁକ୍ରବାର ଦିଲ୍ଲୀ ଡେୟାରଡେଭିଲ୍ସ ଟିମ୍ର ସହାୟକ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ କାମ କରିବେ । ୨୦୧୭ ଆଇପିଏଲ ସଂସ୍କରଣରେ ସେ ଗୁଜୁରାଟ ଲାୟନ୍ସର ସହାୟକ କୋଚ୍ କାର୍ଯ୍ୟ ତୁଲାଇଥିଲେ । ଦିଲ୍ଲୀ ଡେୟାରଡେଭିଲ୍ସର ସହାୟକ କୋଚ୍ ଭାବେ ନିଯୁକ୍ତି ପାଇବା ପରେ କୈଫ୍ କହିଛନ୍ତି ଯେ, ଏହି ଟିମ୍ ସହିତ ସାମିଲ ହୋଇ ସେ ଭଲ ଅନୁଭବ କରୁଛନ୍ତି । ଆଗାମୀ ଆଇପିଏଲ ସଂସ୍କରଣରେ ଦିଲ୍ଲୀ ଟିମ୍ ଯେପରି ଭଲ ପ୍ରଦର୍ଶନ କରିବ ସେ ଦିଗରେ ଧ୍ୟାନ ଦିଆଯିବ ବୋଲି କୈଫ୍ କହିଛନ୍ତି । ଦିଲ୍ଲୀ ଡେୟାରଡେଭିଲ୍ସର ନିର୍ଦ୍ଦେଶକ ମୁସ୍ତାଫା ଘୋଷ କହିଛନ୍ତି ଯେ, ଦିଲ୍ଲୀ ଟିମ୍ କୈଫ୍ଙ୍କ ଅନୁଭବରୁ ଅନେକ କିଛି ଶିକ୍ଷାଲାଭ କରିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close