fbpx

କ୍ଷତିରେ ଚାଲୁଥିବାରୁ ୬୦୦ ବ୍ରାଞ୍ଚ ବନ୍ଦ କରିବ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହାର ୬୦୦ ବ୍ରାଞ୍ଚକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ୧୦୦ ବର୍ଷର ଏହି ବ୍ୟାଙ୍କଟି ବର୍ତ୍ତମାନ ୪୫୯୪ଟି ବ୍ରାଞ୍ଚ ଜରିଆରେ ଦେଶବ୍ୟାପୀ ନିଜର ସେବା ପ୍ରଦାନ କରୁଛି । ତେବେ ବ୍ୟାଙ୍କ କ୍ଷତିରେ ଚାଲୁଥିବା କାରଣରୁ ବର୍ତ୍ତମାନ ଏହାର ସମୁଦାୟ ବ୍ରାଞ୍ଚର ୧୩ ପ୍ରତିଶତ ବ୍ରାଞ୍ଚକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କର ଏହି ନିଷ୍ପତ୍ତି ଅନୁସାରେ ଆସନ୍ତା ଏକ ବର୍ଷ ମଧ୍ୟରେ ପ୍ରାୟ ୬୦୦ ବ୍ରାଞ୍ଚ ବନ୍ଦ କରି ଦିଆଯିବ । ମାର୍ଚ୍ଚ ୨୦୨୩ ସୁଦ୍ଧା ଏହି ବ୍ରାଞ୍ଚ ଗୁଡିକୁ ବନ୍ଦ କରାଯିବ ବୋଲି କୁହାଯାଇଛି ।

ବ୍ୟାଙ୍କର ଏକାଧିକ ବ୍ରାଞ୍ଚ କ୍ଷତିରେ ଚାଲୁଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କିମ୍ବା ସମ୍ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସମୟରେ ହେଉଥିବା କ୍ଷତିକୁ ଭରଣା କରିବାର ଏହା ସବୁଠାରୁ ଶ୍ରେଷ୍ଠ ଉପାୟ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଆର୍‌ବିଆଇ ପକ୍ଷରୁ ୨୦୧୭ରେ ପ୍ରମ୍ପ୍‌ଟ କରେକ୍ଟିଭ୍ ଆକ୍ସନ୍‌(ପିସିଏ) ଟିମ୍ ପ୍ରସ୍ତୁତ କରାଯାଇଥିଲା । ତେବେ ୨୦୧୭ ପରଠାରୁ ନିୟମିତ ଭାବରେ ବ୍ୟାଙ୍କ କ୍ଷତିରେ ଚାଲୁଥିବାରୁ ଏହା ପିସିଏରେ ସାମିଲ ହେବା ସମ୍ଭବ ହେଉନାହିଁ । ଏହି କାରଣରୁ ବ୍ୟାଙ୍କ ପକ୍ଷରୁ ମେ ୪ ତାରିଖରେ ଲେଖା ଯାଇଥିବା ଚିଠିରେ ମାର୍ଚ୍ଚ ୨୦୨୩ ସୁଦ୍ଧା ବ୍ରାଞ୍ଚ ଗୁଡିକୁ ବନ୍ଦ ଅଥବା ମିଶ୍ରଣ କରିବାକୁ ଉଲ୍ଲେଖ କରାଯାଇଛି । ପିସିଏ ଅଧୀନରେ ଆସିବା ପରଠାରୁ ୫ ବର୍ଷ ମଧ୍ୟରେ ପ୍ରାୟ ୭୫୦ କୋଟି ହରାଇ ସାରିଛି ବ୍ୟାଙ୍କ ।

Get real time updates directly on you device, subscribe now.