fbpx

ମୁହୂର୍ତ୍ତ ଟ୍ରେଡିଂରେ ଦୀପାବଳି ପାଳିଲେ ନିବେଶକ: ଉଛୁଳିଲା ସେୟାର ବଜାର

ମୁମ୍ବାଇ: ପୂରା ଦେଶରେ ଆଜି ଧୁମ୍‌ଧାମ୍‌ରେ ଦୀପାବଳି ପାଳନ କରାଯାଉଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୀପାବଳି ଅବସରରେ ମୁହୁର୍ତ୍ତ ଟ୍ରେଡିଂ ଅବସରରେ ସେୟାର ବଜାର ଧନବର୍ଷା କରିଥିଲା। ମୁହୁର୍ତ୍ତ ଟ୍ରେଡିଂ ସନ୍ଧ୍ୟା ୬ଟା ୧୫ ମିନିଟ୍‌ରେ ଖୋଲି ୭ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ସେନସେକ୍ସ ୭୦୦ ପଏଣ୍ଟ ବଢି ୫୯,୯୯୪.୨୫ରେ ପହଞ୍ଚିଥିଲା। ସେହିପରି ନିଫ୍ଟିରେ ମଧ୍ୟ ଜବରଦସ୍ତ କାରବାର ହୋଇଥିଲା।

କାରବାର ଶେଷ ହେଲାବେଳକୁ ସେନସେକ୍ସ ୫୯,୮୩୧.୬୬ ପଏଣ୍ଟରେ ପହଞ୍ଚିଥିଲା ଏବଂ ନିଫ୍ଟି ୧୧୫ ପଏଣ୍ଟ ବଢି ୧୭,୭୩୦.୭୫ ପଏଣ୍ଟରେ ପହଞ୍ଚିଥିଲା। ସେୟାର ବଜାର ଲଗାତାର ୬ ଦିନ ଧରି ବୃଦ୍ଧି ସହିତ ବନ୍ଦ ହୋଇଥିଲା।

ମୁହୂର୍ତ୍ତ ଟ୍ରେଡିଂକୁ ଶୁଭ ବୋଲି ବିବେଚନା କରନ୍ତି ନିବେଶକ: ସେୟାର ବଜାରରେ ମୁହୂର୍ତ୍ତ ଟ୍ରେଡିଂ ହେଉଛି ଏକ ପ୍ରତୀକାତ୍ମକ ଏବଂ ପୁରାତନ ପରମ୍ପରା ଯାହା ୧୦୦ବର୍ଷରୁ ଅଧିକ ସମୟ ଧରି ବାଣିଜ୍ୟ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ହୋଇଆସୁଛି ଏବଂ ଏହାକୁ ପ୍ରତିବର୍ଷ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ‘ମୁହୂର୍ତ’ ସମୟରେ କାରବାର କରିବା ଶୁଭ ଅଟେ ଏବଂ ଆର୍ଥିକ ସମୃଦ୍ଧତା ଆଣିଥାଏ।

 

 

Get real time updates directly on you device, subscribe now.