fbpx

ସାଇବର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ! ସାରା ଦୁନିଆର ଟେନସନ ବଢାଇଲା ସି ଜିନପିଙ୍ଗଙ୍କ ଏହି ଘୋଷଣା

ନୂଆଦିଲ୍ଲୀ: ଚୀନ ଲଗାତାର ନିଜ ସେନାଙ୍କୁ ଆଡଭାନ୍ସ କରୁଛି, ନୂଆ-ନୂଆ ଅସ୍ତ୍ରଶସ୍ତ୍ର ତିଆରି କରିବା ସହ ଚୀନ ସେନାଙ୍କୁ କମ୍ପ୍ୟୁଟର ଏବଂ ଇଣ୍ଟରନେଟ ଜଗତକୁ ମଧ୍ୟ ଶକ୍ତିଶାଳୀ କରାଯାଉଛି । ଚୀନର ରାଷ୍ଟ୍ରପତି ସି ଜିନଫିଙ୍ଗ ଶୁକ୍ରବାର ଦିନ ଜନବାଦୀ ମୁକ୍ତି ସେନାର ଏକ ନୂଆ ଶାଖା ଇନଫର୍ମେସନ ସପୋର୍ଟ ଫୋର୍ସର ଆରମ୍ଭ କରିଛନ୍ତି । ତାଙ୍କ କହିବାନୁଯାୟୀ, ଏହା ଏକ ରଣନୀତିକ ଶାଖା ଏବଂ ଦୁନିଆର ସବୁଠାରୁ ବଡ଼ ସେନାର ଏକ ପ୍ରମୁଖ ସ୍ତମ୍ଭ ହେବ ।

ଜିନପିଙ୍ଗ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଅଧ୍ୟକ୍ଷ ହେବା ବ୍ୟତୀତ ଚୀନ ସେନାର ହାଇ କମାଣ୍ଡ ସେଣ୍ଟ୍ରାଲ ମିଲିଟାରୀ କମିଶନର ମୁଖ୍ୟ ଅଟନ୍ତି । ସେ କହିଛନ୍ତି ଯେ, ସୂଚନା ସହାୟତା ଫୋର୍ସର ସ୍ଥାପନା କରାଯାଉଛି, ଯାହା ଏକ ମଜବୁତ ସେନା ନିର୍ମାଣର ସମସ୍ତ ଆବଶ୍ୟକତାକୁ ଦେଖି ସିପିସି ଏବଂ ସିଏମସି ଦ୍ୱାରା ନିଆଯାଇଥିବା ଏକ ବଡ଼ ନିଷ୍ପତ୍ତି ଅଟେ । ସୂଚନା ସହାୟତା ଫୋର୍ସକୁ ପିଏମଏର ରଣନୀତିକ ସମର୍ଥନ ଫୋର୍ସର ସଂସୋଧନ ସଂସ୍କରଣ ବୋଲି କୁହାଯାଉଛି । ଯାହାକୁ ୨୦୧୫ ମସିହାରେ ଅନ୍ତରିକ୍ଷ, ସାଇବର, ରାଜନୈତିକ ଏବଂ ଇଲେକ୍ଟ୍ରୋନିକ ଯୁଦ୍ଧର ମୁକାବିଲା ପାଇଁ ପ୍ରତିଷ୍ଠିତ କରାଯାଇଥିଲା ।

ଇନଫର୍ମେସନ ସପୋର୍ଟ ଫୋର୍ସକୁ ନେଇ ସ୍ଥାପନା ବୈଠକ ବିଜିଙ୍ଗରେ ହୋଇଥିଲା । ସିନିୟର ଆର୍ମି ଅଫିସର ବିଇକୁ ଏହି ୟୁନିଟର ଚିଫ କରାଯାଇଥିଲା, ସେହିଭଳି ଲି ବେଇଙ୍କୁ ଏହି ୟୁନିଟର ପଲିଟିକାଲ କମିଶନର କରାଯାଇଛି । ଏହି ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ୟୁନିଟର ନେତାମାନଙ୍କୁ ସଶସ୍ତ୍ର ବାହିନୀର ପତାକା ପ୍ରଦାନ କରିଛନ୍ତି । ସି ଜିନପିଙ୍ଗ କହିଛନ୍ତି ଯେ, ଏହି ୟୁନିଟର ଗଠନ ଉଦ୍ଦେଶ୍ୟ ହେଉଛି ସୈନ୍ୟମାନଙ୍କ ଗତିବିଧିମାନକୁ ଏକାଠି କରିବା । ଏହି ୟୁନିଟ ଖୁବ ଶିଘ୍ର ସୈନ୍ୟଙ୍କ ଗତିବିଧିର ସୂଚନା ଆମ ସେନାଙ୍କୁ ଦେବ, ଯାହାପରେ ରଣନୀତିକ ପଦକ୍ଷେପ ନେବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.