fbpx
BSKY SKY
BSKY SKY

ହିନ୍ଦୁ ଯୁବତୀଙ୍କ ସହ ମୁସଲମାନ ଯୁବକ ପ୍ରେମ ସମ୍ପର୍କ ପାଇଁ ୧୮ ଜଣ କଲେଜରୁ ନିଲମ୍ବିତ, ଯୁବତୀଙ୍କ ବ୍ୟାଗ୍‌ରୁ ମିଳିଲା…

BSKY

ନୂଆଦିଲ୍ଲୀ: ଅଲଗା ଅଲଗା ଧର୍ମର ପୁଅ ଝିଅ ପ୍ରେମ ସମ୍ପର୍କ ରଖିବାରୁ କଲେଜରୁ ନିଲମ୍ବିତ ହୋଇଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାରୁ ସାମ୍ନାକୁ ଆସିଛି। ଗତ ସପ୍ତାହରେ ଜିଲ୍ଲାର ଭିଟଲାସ୍ଥିତ ଏକ ଘରୋଇ ପ୍ରି-ୟୁନିଭରସିଟି କଲେଜ ବିଭିନ୍ନ ଧର୍ମର ୧୮ ଜଣ ଛାତ୍ରଙ୍କୁ ପ୍ରେମ ସମ୍ପର୍କରେ ନିଲମ୍ବିତ କରିଥିଲା।

ସୂଚନାନୁସାରେ, ଜଣେ ମୁସଲମାନ ପୁଅ ଏବଂ ହିନ୍ଦୁ ଝିଅଙ୍କ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ମ୍ୟାନେଜମେଣ୍ଟ ଉଭୟ ଛାତ୍ରଙ୍କ ପିତାମାତାଙ୍କୁ ଡାକି ଏ ବିଷୟରେ ସୂଚନା ଦେଇଥିଲା। ସୂତ୍ରରୁ ପ୍ରକାଶ ଯେ ନିକଟରେ କଲେଜରେ ବାର୍ଷିକ ସମାରୋହ ସମୟରେ ପ୍ରେମ ସମ୍ପର୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା। ଏହାପରେ କଲେଜରେ ଗପସପ କରିବା ଏବଂ ମୋବାଇଲ୍ ନିଷେଧ ସହ ଅଧ୍ୟାପକ ଶ୍ରେଣୀଗୃହରେ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଘଟଣାକୁ ନେଇ ତଦନ୍ତ ପରେ ହିନ୍ଦୁ ଯୁବତୀଙ୍କ ବ୍ୟାଗରେ ଏକ ପ୍ରେମ ଚିଠି(ଲଭ୍ ଲେଟର) ଦେଖିବାକୁ ମିଳିଥିଲା। ପ୍ରେମ ପତ୍ର ଲେଖିଥିବା ଅଭିଯୁକ୍ତ ମୁସଲମାନ ବାଳକ ଏହି ଯାଞ୍ଚ ଦିନ କଲେଜକୁ ଆସି ନଥିଲା। ଏହା ପରେ କଲେଜ ମ୍ୟାନେଜମେଣ୍ଟ ଝିଅକୁ ମଧ୍ୟ କ୍ଲାସକୁ ନ ଆସିବାକୁ କହିଥିଲେ। ତେବେ ଯୁବତିଙ୍କୁ କେବଳ ପରୀକ୍ଷାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ମାମଲା ଅଧିକ ବଢୁଥିବା ଦେଖି କଲେଜ ପରିଚାଳନା କତ୍ତୃପକ୍ଷ ୧୮ ଜଣ ଛାତ୍ରଙ୍କ ପିତାମାତାଙ୍କ ସହ କଥା ହୋଇଥିଲେ। ଏହାପରେ କଲେଜ ଏହି ପ୍ରସଙ୍ଗରେ ଜଡିତ ସମସ୍ତ ୧୮ ଜଣ ଛାତ୍ରଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଛନ୍ତି ଏବଂ ସେମାନଙ୍କୁ ପରୀକ୍ଷା ପାଇଁ ହାଜର ହେବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଛାତ୍ରମାନଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି କଲେଜ ମ୍ୟାନେଜମେଣ୍ଟ ସେମାନଙ୍କୁ ଶୀଘ୍ର କ୍ଲାସରେ ଯୋଗଦେବାକୁ ଚିନ୍ତା କରୁଛି। କଲେଜର ପ୍ରଧାନଶିକ୍ଷକ କହିଛନ୍ତି ଯେ ଶିକ୍ଷା ପାଇବାକୁ କାହାକୁ ଅଟକାଇବା ଉଚିତ ନୁହେଁ ବୋଲି କହିଛନ୍ତି।

Get real time updates directly on you device, subscribe now.