ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ୧୦ ଜଣଙ୍କୁ ବାନ୍ଧିଲା ପୋଲିସ, ଖସିଯିବାକୁ କରିଥିଲେ ପ୍ଲାନ୍‌

ଗଣଦୁଷ୍କର୍ମ ମାମଲାରେ ୧୦ଜଣ ଗିରଫ

ଭୁବନେଶ୍ୱର: ଗୋପାଳପୁରର ଗଣଦୁଷ୍କର୍ମ ମାମଲାରେ ୧୦ ଜଣ ଗିରଫ ହୋଇଛନ୍ତି। ଫେରାର୍ ବେଳେ ୩ ଜଣଙ୍କୁ ଧରିଲା ପୋଲିସ। ଗତକାଲି ୭ ଜଣଙ୍କୁ ଅଟକ ରଖିଥିଲା ପୋଲିସ। ରାଜ୍ୟ ବହାରକୁ ଚମ୍ପଟ ପାଇଁ ଯୋଜନା କରୁଥିଲେ ଅଭିଯୁକ୍ତ।

ସୂଚନାନୁଯାୟୀ, ଗତକାଲି ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ବେଳାଭୂମିରେ ବୁଲିବାକୁ ଯାଇଥିବା ବେଳେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା।

ପୁରୁଷ ବନ୍ଧୁଙ୍କ ସହ ଏହି ଯୁବତୀ ବୁଲିବାକୁ ଯାଇଥିଲେ। ସେଠାରେ ପୁଅ ଝିଅଙ୍କୁ ଏକା ଦେଖି ୮ରୁ ୧୦ ଜଣ ଦୁର୍ବୃତ୍ତ ସେମାନଙ୍କୁ ଘେରିଯାଇଥିଲେ। ସେଠାରେ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ଗତକାଲି ୭ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ବେଳେ ବର୍ତ୍ତମାନ ଆଉ 3ଜଣଙ୍କୁ ଧରିଛି ପୋଲିସ।