ବାବା ଅଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଘୋଷଣା

ଆରଡି ପାଇଁ ୧୦ କୋଟି ଟଙ୍କା ଘୋଷଣା

ଭୁବନେଶ୍ୱର: ବାବା ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଘୋଷଣା କରାଯାଇଛି। ଏ ନେଇ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥ ରାଶି ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ।

ରାଜ୍ୟ ପର୍ଯ୍ୟଟନ ବିକାଶ ପାଣ୍ଠିରୁ ୧୦ କୋଟି ସହାୟତା ପ୍ରଦାନ କରାଯାଇଛି। ଆଜି ଜାଗରରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବାକୁ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମନ୍ଦିରରେ ବାବାଙ୍କୁ ଦର୍ଶନ କରିବା ପରେ ଉପମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିଛନ୍ତି।