fbpx

ବସ୍ ଓଲଟି ୧୦ ଗୁରୁତର

ରାଇରଙ୍ଗପୁର, ୧୦ା୧୨ (ଓଡିଶା ଭାସ୍କର): ରାଇରଙ୍ଗପୁରରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଫଳରେ ୧୦ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି । ଗୁରୁତରଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କାଳିକାପୁର ନିକଟରେ ‘ଆପୁ’ ନାମକ ଏହି ଘରୋଇ ବସଟି ରାଇରଙ୍ଗପୁରରୁ ଉଦଳା ଅଭିମୁଖେ ଯାଉଥିବା ବେଳେ ପଛପଟ ଏକ୍ସସେଲଟି ଭାଙ୍ଗି ଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.