fbpx

Market in Numbers: ବୈଶ୍ୱିକ ସେୟାର ବଜାରରେ ହ୍ରାସ କାରଣରୁ ସେନସେକ୍ସ ଓ ନିଫଟିରେ ହେଲା ୧୦ ଲକ୍ଷର କ୍ଷତି

ଓଡିଶା ଭାସ୍କର: ଆମେରିକା ଅର୍ଥବାବସ୍ଥାରେ ମାନ୍ଦାବସ୍ଥା କାରଣରୁ ବୈଶ୍ୱିକ ବଜାରରେ ମଧ୍ୟ ସେନସେକ୍ସ (SENSEX) ଓ ନିଫଟି (NIFTY) ରେ କ୍ଷତି ଦେଖିବାକୁ ମିଳିଛି । ଫଳରେ ନିବେଶକଙ୍କ ସମ୍ପତ୍ତି ୧୦.୨୪ ଲକ୍ଷ କୋଟିରୁ ହ୍ରାସ ପାଇ ପ୍ରାୟ ୪୪୬.୯୨ କୋଟି ଟଙ୍କା ହୋଇଯାଇଛି । ଯାହାର ମୂଲ୍ୟାଙ୍କନ ପୂର୍ବ ସତ୍ତ୍ରରେ ଥିଲା ପ୍ରାୟ ୪୫୭.୧୬ କୋଟି ।

ପ୍ରାରମ୍ଭିକ କାରବାର ସମୟେରେ ନିଫଟି ପ୍ରାୟ ୪୭୯ ଅଙ୍କର ସହ ହ୍ରାସ ପାଇ ୨୪,୨୩୮ ଓ ସେନସେକ୍ସ ୧୫୬୩ ଅଙ୍କ ହ୍ରାସ ପାଇ ୭୯,୪୧୯ କୁ ଆସିଥିଲା । ଟାଟା ମୋଟର୍ସ, ଆଦାନୀ ପୋଟର୍ସ, ଏମଏଣ୍ଡଏମ ତଥା ଟାଇଟନ ଭଳି କମ୍ପାନୀର ସେୟାର ସବୁଠୁ ବେଶୀ ପ୍ରାୟ ୫.୦୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ସେନସେକ୍ସର ୩୦ ସେୟାରରୁ ପ୍ରାୟ ୨୮ ଟି ନାଲି ଚିହ୍ନରେ କାରବାର କରୁଥିଲା ।

ସେପଟେ ନିଫଟିର ଷ୍ଟକ ମଧ୍ୟ ନାଲି ରଙ୍ଗ ଦେଇ ଗତି କରିଛି । ପ୍ରାୟ ୪୬ ସେୟାର ନାଲି ରଙ୍ଗରେ ନିଜର କାରବାର କରୁଛନ୍ତି । ଏଥିରେ ଟାଟା ମୋଟର୍ସ, ହିଣ୍ଡାଲକୋ, ଓଏନଜି, ଶ୍ରୀରାମ ଫାଇନାନ୍ସ ଓ ଜେଏସଡବ୍ଲୁ ସାମିଲ ରହିଛନ୍ତି । ପ୍ରାରମ୍ଭିକ କାରବାର ସମୟରେ ଏଥିରେ ପ୍ରାୟ ୪.୩୭ ପ୍ରତିଶତର କମି ଆସିଥିଲା । ସେହିଭଳି ବମ୍ବେ ଷ୍ଟକ ଏକଞ୍ଜେଜରେ ୮୮ ସେୟାର ମଧ୍ୟରୁ ପ୍ରାୟ ୫୨ ସେୟାର ସପ୍ତାହର ସବୁଠୁ ଉଚ୍ଚତମ ସ୍ତର ଦେଇ ଗତି କରିଛି ।

ମାତ୍ର ସୋମବାରର ପ୍ରାରମ୍ଭରେ ଏଠାକାର ୪୨ ସେୟାରରେ ମଧ୍ୟ ଅବନତି ଦେଖିବାକୁ ମିଳିଛି । ଏହା ସପ୍ତାହର ସବୁଠୁ ନ୍ୟୁନତମ ସ୍ତର ଦେଇ ଯାଇଛି । ଆମେରିକାଠୁ ଆରମ୍ଭ କରି ୟୁରୋପୀୟ ବଜାର ତଥା ଏସିଅ ବଜାରରେ ଆମେରିକାର ମାନ୍ଦାବସ୍ଥାର ପ୍ରଭାବ ପଡିଛି । ଯାହା ଫଳରେ ବୈଶ୍ୱିକସ୍ତରରେ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡୁଛି ।

Get real time updates directly on you device, subscribe now.