ନୂଆଦିଲ୍ଲୀ: ଗୁଗଲ ଆଗାମୀ ଦିନରେ କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଗୁଗଲ କମ୍ପାନୀର ସିଇଓ ସୁନ୍ଦର ପିଚାଇ । କମ୍ପାନୀର ମ୍ୟାନେଜରିଆଲ, ଡାଇରେକ୍ଟର୍ସ ସମେତ ଭାଇସ୍ ପ୍ରେସିଡେଣ୍ଟ ପଦରୁ ୧୦% କର୍ମଚାରୀଙ୍କୁ ଛଟେଇ କରାଯିବ । ରିପୋର୍ଟ ମୁତାବକ ଏଆଇ ପାଇଁ କର୍ମଚାରୀମାନଙ୍କୁ ଛଟେଇ କରାଯାଉଛି । କମ୍ପାନୀର କାର୍ଯ୍ୟକ୍ରମକୁ ସରଳ ଏବଂ କୁଶଳୀ କରିବା ଉଦ୍ଦେଶ୍ୟରେ କିଛି ବର୍ଷ ହେବ ଗୁଗଲ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ନିଜର ଦକ୍ଷତା ବିକାଶ ପାଇଁ ଗତ ୨ ବର୍ଷରେ ଗୁଗଲ ବହୁତଗୁଡ଼ିଏ ପଦକ୍ଷେପମାନ ଗ୍ରହଣ କରିଛି ।
କମ୍ପାନୀ ପକ୍ଷରୁ ହେବାକୁ ଥିବା ଛଟେଇ ଏହାର ଭଲ ଉଦ୍ଦେଶ୍ୟ ପାଇଁ କରାଯାଉଛି । ପୂର୍ବରୁ ୨୦୨୨ରେ କମ୍ପାନୀକୁ ଅଧିକ କୁଶଳୀ କରିବା ପାଇଁ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଥିଲା । ସେହିବର୍ଷ ଜାନୁୟାରୀରେ ୧୨ ହଜାର କର୍ମଚାରୀ ଚାକିରି ହରେଇଥିଲେ । ଚଳିତବର୍ଷ ମେ’ରେ ଗୁଗଲ ନିଜ କୋର୍ ଟିମରୁ ୨୦୦ କର୍ମଚାରୀଙ୍କୁ ବାହାର କରିଥଲା । ଏଥିସହ କଷ୍ଟ କଟିଂ ପାଇଁ କିଛି ଚାକିରିକୁ ବିଦେଶରେ ସ୍ଥାନାନ୍ତରିତ କରିଥିଲା ଗୁଗଲ ।