fbpx

ନିଜ ପୁଅ ମଧ୍ୟରେ ଚାହୁଁଛନ୍ତି କି ପ୍ରଭୁ ଶ୍ରୀରାମଙ୍କ ଗୁଣ, ତେବେ ବାଛନ୍ତୁ ଏହିସବୁ ନାମମଧ୍ୟରୁ ଗୋଟିଏ

ଓଡ଼ିଶା ଭାସ୍କର: ସାରା ବିଶ୍ୱରେ ଭଗବାନ ରାମଙ୍କ ପୂଜା କରାଯାଏ । ବିଭିନ୍ନ ସ୍ଥାନରେ ଭଗବାନ ରାମଙ୍କୁ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ଯଦି ଆପଣ ନିଜ ସନ୍ତାନ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ତେଜ ଓ ଗୁଣ ଚାହୁଁଛନ୍ତି ତେବେ ତା’ର ନାମ ପ୍ରଭୁ ଶ୍ରୀରାମଙ୍କ ସହ ଜଡିତ କୌଣସି ଏକ ନାମ ଦେଇପାରିବେ ।

ଆପଣ ନିଜ ପିଲାର ନାମ ଅୟାଂଶ ବି ଦେଇପାରିବେ । ପ୍ରଭୁ ଶ୍ରୀରାମଙ୍କୁ ଏହି ନାମରେ ବି ଜଣାଯାଏ । ଏହି ନାମର ଅର୍ଥ ସୂର୍ଯ୍ୟଙ୍କ ପ୍ରଥମ କିରଣ । ଆପଣ ପିଲାର ନାମ ଶ୍ରୀୟାନ ବି ରଖିପାରିବେ । ଏହା ନାରାୟଣ ଓ ଶ୍ରୀମନର ମିଶ୍ରଣରେ ପ୍ରଭୁଙ୍କ ଆଉ ଏକ ନାମ । ପୁଅର ନାମ ରାଘବ ବି ରଖିପାରିବେ । ଏହା ଭଗବାନଙ୍କର ସବୁଠାରୁ ପୁରୁଣା ଓ ପ୍ରସିଦ୍ଧ ନାମ ।
ଏହା ବ୍ୟତିତ ଆପଣ ରମୀଶ ନାମ ବି ଦେଇପାରିବେ । ଯାହାର ଅର୍ଥ ରାମ କା ସ୍ୱାମୀ । ପୁଅ ନାମ କୌଶଲ ବି ଦେଇପାରିବେ । ଏହି ନାମ ଭଗବାନ ରାମଙ୍କ ବୁଦ୍ଧିମତ୍ତାକୁ ଦର୍ଶାଇଥାଏ । ପୁଅର ନାମ ଆର୍ଯ୍ୟରାଜ ବି ଦେଇପାରିବେ । ଏହାର ଅର୍ଥ ଆର୍ଯ୍ୟର ରାଜା ଅଟେ ।

ପୁଅର ନାମ ଜୈତ୍ର ବି ଦେଇପାରିବେ । ଏହା ଜିତ୍‌ର ପ୍ରତୀକ ହୋଇଥାଏ । ପୁଅର ନାମ ଅଥର୍ବ ବି ରଖିପାରିବେ । ଏହି ନାମର ଅର୍ଥ ବେଦରେ ଜ୍ଞାନୀ । ଭଗବାନ ଓ ଗଣେଶ ଉଭୟଙ୍କୁ ହିଁ ଏହି ନାମରେ ଜଣାଯାଏ । ସେହିପରି ଆପଣ ପୁଅର ନାମ ରଘୁ ବି ରଖିପାରିବେ । ଏହା ମଧ୍ୟ ଭଗବାନ ରାମଙ୍କ ସହ ଜଡିତ ଏକ ନାମ ।

Get real time updates directly on you device, subscribe now.