କମାଣ୍ଡୋ ତାଲିମ ନିର୍ଦ୍ଦେଶ ନମାନିବା ପଡ଼ିଲା ଭାରି, 10 RPF କନେଷ୍ଟବଳ SUSPEND
ଚକ୍ରଧରପୁର ରେଲୱେ ଡିଭିଜନରେ କାର୍ଯ୍ୟରତ 10 ଜଣ RPF କନେଷ୍ଟବଳଙ୍କୁ କରାଗଲା ସସପେଣ୍ଡ।
ରାଉରକେଲା: ଚକ୍ରଧରପୁର ରେଳ ଡିଭିଜନର 10 ଜଣ RPF କନେଷ୍ଟବଳଙ୍କୁ କରାଗଲା ସସ୍ପେଣ୍ଡ । କମାଣ୍ଡୋ ତାଲିମ ପାଇଁ ନଯିବାରୁ ନିଆଗଲା କାର୍ଯାନୁଷ୍ଠାନ । ଦକ୍ଷିଣ-ପୂର୍ବ ରେଲୱେର ଚକ୍ରଧରପୁର ରେଳ ବିଭାଗର ବରିଷ୍ଠ ଡିଏସସିପି ଶଙ୍କର କୁଟି ଏହି କାର୍ଯାନୁଷ୍ଠାନ ନେଇଛନ୍ତି।
ଏହି ଜବାନମାନେ ସେମାନଙ୍କର ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା, କମାଣ୍ଡୋ ଟ୍ରେନିଂ ପାଇଁ ରିପୋର୍ଟ ନକରିବା ଏବଂ ହଜାରିବାଗ ଓ ମାନେସରରେ ଥିବା NSG BSF କେନ୍ଦ୍ରରେ ତାଲିମ ନେବାକୁ ମନା କରିବାର ଅଭିଯୋଗ ରହିଛି।
ତେବେ ସେମାନଙ୍କ ବିରୁଦ୍ଧରେ ଏନେଇ RPF ନିୟମାବଳୀ, 1987 ର ନିୟମ 134(4) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ନିଲମ୍ବିତ ହୋଇଥିବା ଆରପିଏଫ ଯବାନଙ୍କ ମଧ୍ୟରେ ଟାଟାର ସିପି ପ୍ରଜାପତି, ସିନିର ରବ୍ବାନୀ ଖାନ, ଏମ.କେ ଚୌହାନ, ଅମିତ କୁମାର, ବଡାମୁଣ୍ଡାର ସିବି ସିଂ, ସୋନୁ କୁମାର, ରାଉରକେଲା ଅମରଜିତ କୁମାର, ଜିତେନ୍ଦ୍ର କୁମାର, ଝାରସୁଗୁଡ଼ାର ଗୋପାଳ ସିଂ ଏବଂ ଡି.କେ ପଣ୍ଡିତ ଅଛନ୍ତି ।