fbpx

ଚଳିତବର୍ଷ ଭାରତରେ ୧୦୦ ଲୋକ ଗରମରେ ମରିଛନ୍ତି, ୪୦ ହଜାରରୁ ଅଧିକ ଅଂଶୁଘାତର ଶିକାର ହୋଇଛନ୍ତି, ଜାତିସଂଘ ଦେଲା ଚାଞ୍ଚଲ୍ୟକର ତଥ୍ୟ

ଓଡିଶା ଭାସ୍କର: ଭାରତରେ ଚଳିତବର୍ଷ ୪୦ ହଜାରରୁ ଅଧିକ ଅଂଶୁଘାତଜନିତ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଏହି ଚାଞ୍ଚଲ୍ୟକର ତଥ୍ୟ ଜାତିସଂଘର ଏକ ରିପୋର୍ଟ ଦର୍ଶାଉଛି । ‘କଲ ଟୁ ଆକ୍ସନ ଅନ ଏକ୍ସଷ୍ଟ୍ରିମ ହିଟ’ ନାମକ ଏହି ରିପୋର୍ଟରେ ୧୦ ଟି ସଦସ୍ୟ ରାଷ୍ଟ୍ରଙ୍କ ଉପରେ ତଥ୍ୟ ଜାରି ହୋଇଛି । ଏହାବାଦ ଭାରତଠୁ ସାଉଦୀ ଆରବ ମଧ୍ୟରେ ଗତ ୧୦୦ ଦିନରେ ହୋଇଥିବା ମୃତ୍ୟୁକୁ ନେଇ ମଧ୍ୟ ତଥ୍ୟ ଦିଆଯାଇଛି । ରିପୋର୍ଟ ଅନୁସାରେ, ଗରମ କାରଣରୁ ୨୦୦୦-୨୦୦୪ ମସିହା ତୁଳନାରେ ୨୦୧୮ -୨୦୨୨ ମଧ୍ୟରେ ୮୫ ପ୍ରତିଶତ ଅଧିକ ବୟୋଜ୍ୟେଷ୍ଠ ଲୋକଙ୍କ ମୃତ୍ୟୁ ହୋଇଛି । ଯାହା ଅତ୍ୟଧିକ ଚିନ୍ତାର ବିଷୟ ମଧ୍ୟ ।

ଏହି ରିପୋର୍ଟକୁ ୪ ପ୍ରକାର ପରିସ୍ଥିତିକୁ ନେଇ ତିଆରି କରାଯାଇଛି । ଯାହା ଉପରେ ତ୍ୱରାନ୍ୱିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଜାତିସଂଘ କହିଛି । ଏଥିରେ ଦୁର୍ବଳ ଲୋକଙ୍କ ଦେଖାରେଖା,ଶ୍ରମିକଙ୍କ ସୁରକ୍ଷା, ଡାଟା ଓ ବିଜ୍ଞାନର ବ୍ୟବହାର କରି ସାମାଜିକ ତଥା ଆର୍ଥିକ ପରିସ୍ଥିତିର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରାଯିବ । ଏହାବାଦ ରିପୋର୍ଟରେ ତାପମାତ୍ରାରେ ପ୍ରାୟ ୧.୫ ଡିଗ୍ରୀ ସେଲସିୟସ ଅବନତିର କଥା ମଧ୍ୟ ଉଲ୍ଲେଖ ରହିଛି ।

କହିରଖୁ, ଭାରତର ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଣାଳୟ ଅତ୍ୟଧିକ ଗରମକୁ ନେଇ ସଂସଦକୁ ମଧ୍ୟ ଜଣାଇସାରିଛି । ଏକଷ୍ଟ୍ରିମ ହିଟ ପ୍ରାକୃତିକ ବିରର୍ଯ୍ୟୟ ନୁହେଁ, ଯାହାକୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ବୋଲି ଏହି ମନ୍ତ୍ରଣାଳୟ କହିଛି । ଏହାବାଦ ଅଂଶୁଘାତଜନିତ ମୃତ୍ୟୁ ପୂର୍ବାପେକ୍ଷା କମିଛି ବୋଲି ମଧ୍ୟ ଏହି ବିଭାଗ ଜଣାଇଛି ।

Get real time updates directly on you device, subscribe now.