fbpx

‘ହଜ୍’ ସମୟରେ ଚାଲିଗଲା ୧,୦୦୦ ଲୋକଙ୍କ ଜୀବନ; ସାଉଦିରେ ଦିଆଯିବ କବର୍

ନୂଆଦିଲ୍ଲୀ: ଅନେକ ଦେଶ ହଜ୍ ଯାତ୍ରା ସମୟରେ ନିଜ ନାଗରିକଙ୍କ ମୃତ୍ୟୁ କୁ ନିଶ୍ଚିତ କରିଛନ୍ତି । ପ୍ରତିବର୍ଷ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ମୁସଲମାନ ତୀର୍ଥଯାତ୍ରୀ ହଜ୍ ଯାତ୍ରା ପାଇଁ ସାଉଦି ଆରବରେ ଏକାଠି ହୁଅନ୍ତି । ସାଉଦି ଆରବରେ ପ୍ରବଳ ଗରମ ଯୋଗୁଁ ବିଭିନ୍ନ ଦେଶର ଶତାଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଇଣ୍ଡୋନେସିଆ ସରକାରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ଇଣ୍ଡୋନେସିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଜଣେ କୂଟନୀତିଜ୍ଞ ନ୍ୟୁଜ୍ ଏଜେନ୍ସି ଏଏଫ୍ ପିକୁ କହିଛନ୍ତି ଯେ ଚଳିତ ବର୍ଷ ହଜ୍ ସମୟରେ ଭାରତରୁ ଆସିଥିବା ୬୮ ଜଣ ହଜ୍ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ସେହିଭଳି ଚଳିତ ବର୍ଷ ହଜ୍ ଯାତ୍ରାରେ ଏପର୍ଯ୍ୟନ୍ତ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଉଦି ଆରବ କୌଣସି ଆନୁଷ୍ଠାନିକ ତଥ୍ୟ ପ୍ରକାଶ କରିନାହିଁ । ସାଉଦି ଆରବ ମଧ୍ୟ ହଜ୍ ସୁରକ୍ଷିତ କରିବାରେ ବିଫଳ ହୋଇଥିବାରୁ ସମାଲୋଚନାର ସମ୍ମୁଖୀନ ହୋଇଛି ।

ହଜ୍ ସମୟରେ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ସାଉଦି ଆରବରେ ପୋତି ଦିଆଯାଏ । ଅନେକ ମୁସଲମାନ ହଜ୍ ଯାତ୍ରା ସମୟରେ ମୃତ୍ୟୁକୁ ଆଶୀର୍ବାଦ ଭାବରେ ଗ୍ରହଣ କରିଥାନ୍ତି । ସେମାନେ କୁହନ୍ତି ‘ଖୁସ୍ ନସିବ୍ ବାଲନ୍‌କୋ ମିଲ୍‌ତାହେ ଏସା ମତ୍‌’।

Get real time updates directly on you device, subscribe now.