fbpx

ସମସ୍ତଙ୍କ ଆକାଉଣ୍ଟରେ ଆସିବ ୧୦,୦୦୦ ଟଙ୍କା! ଜନଧନ ଯୋଜନାରେ ୫୦ କୋଟି ଲୋକ ପାଇବେ ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯୋଜନାକୁ ୯ ବର୍ଷ ପୂର୍ତ୍ତି ଅବସରରେ ଏଥିରେ ହୋଇଥିବା ପରିବର୍ତ୍ତନକୁ ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ, ଜନଧନ ଯୋଜନାରେ ହୋଇଥିବା ପରିବର୍ତ୍ତନ ଏବଂ ଡିଜିଟାଲ ଚେଞ୍ଜ ଦେଶରେ ଆର୍ଥିକ ସମାବେଶନରେ କ୍ରନ୍ତି ଆଣିଛି । ଏହାଦ୍ୱାରା ପ୍ରାୟ ୫୦ କୋଟିରୁ ଅଧିକ ଲୋକ ଫର୍ମାଲ ବ୍ୟାଙ୍କିଙ୍ଗ ସିଷ୍ଟମ ସହ ଯୋଡ଼ି ହୋଇଛନ୍ତି । ଏହାର ମୋଟ ଜମା ରାଶି ୨ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ହେବ ବୋଲି ଜାଣିବାକୁ ମିଳିଛି ।

୨୦୧୪ ମସିହା ଅଗଷ୍ଟ ୨୮ ତାରିଖରେ ହିଁ ଆର୍ଥିକ ସମାବେଶନରେ ରାଷ୍ଟ୍ରୀୟ ମିଶନ୍ ଅର୍ଥାତ୍ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହା ଦେଶର ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ସଫଳ ହୋଇଛି । PMJDY ଆକାଉଣ୍ଟଧାରୀମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦେଉଛି । ଏହି ଆକାଉଣ୍ଟରେ ସର୍ବନିମ୍ନ ରାଶି ରଖିବା ଆବଶ୍ୟକ ନାହିଁ । ଏହାବ୍ୟତୀତ ମାଗଣା ଡେବିଟ୍ କାର୍ଡ ସହିତ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଏବଂ ୧୦, ୦୦୦ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ଆଦି ସାମିଳ ରହିଛି ।

ପି.ଏମ ଜନଧନ ଯୋଜନାର ନବମ ବର୍ଷ ପୂର୍ତ୍ତ ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନାରେ ପ୍ରାୟ ୫୫.୫ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ମହିଳାଙ୍କ ଦ୍ୱାରା ଖୋଲଯାଇଛି । ଏହାବ୍ୟତୀତ ୬୭% ଖାତା ରୁରାଲ ତଥା ସେମି ଅର୍ବାନ ଅଞ୍ଚଳରେ ଖୋଲାଯାଇଥିବା ରେକର୍ଡରୁ ଜଣାଯାଇଛି । ବିଶ୍ୱର ସମସ୍ତ ସମାବେଶନ ମଧ୍ୟରୁ ଗୋଟିଏ ହେଉଛି ଜନଧନ ଯୋଜନା । ଏଥିରେ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ୨୦୧୫ ମସିହାରେ ୧୪.୭୨ କୋଟି ଥିବା ବେଳେ ବର୍ତ୍ତମାନ ଏହା ୩.୪ ଗୁଣ ବୃଦ୍ଧି ପାଇ ଅଗଷ୍ଟ ୧୬ ତାରିଖ ସୁଦ୍ଧା ୫୦.୦୯ କୋଟିରେ ପହଞ୍ଚିସାରିଛି ।

ଅର୍ଥମନ୍ତ୍ରୀ ଭାଗବତ କରାଡ କହିଛନ୍ତି ଯେ ଜନ ଧନ-ଆଧାର-ମୋବାଇଲ (JAM) ସରକାରୀ ଯୋଜନାକୁ ସାଧାରଣ ଲୋକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାରେ ସକ୍ଷମ ହୋଇଛି। ସେ ଆହୁରି କହିଛନ୍ତି ଯେ, “PMJDY ଆକାଉଣ୍ଟଗୁଡିକ ସିଧାସଳଖ ବେନିଫିଟ୍ ଟ୍ରାନ୍ସଫର (DBT) ପରି ଲୋକକେନ୍ଦ୍ରିକ ପଦକ୍ଷେପଗୁଡ଼ିକର ଆଧାର ହୋଇପାରିଛି । ଏହା ସମାଜର ସମସ୍ତ ବର୍ଗର ଅନ୍ତର୍ଭୂକ୍ତ ବିକାଶରେ ବିଶେଷ ଅବଦାନ ଦେଇଛି।

Get real time updates directly on you device, subscribe now.