fbpx

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ନିଯୁକ୍ତି: ୧୦୧୦ଟି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ପକ୍ଷରୁ ୧୦୧୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରିନ୍ସପାଲ, ଇଂରାଜୀ, କେମିଷ୍ଟ୍ରି, ବାୟୋଲୋଜି, ଗଣିତ, ବାଣିଜ୍ୟ, ଅର୍ଥନୀତି ବିଷୟ ପାଇଁ ପିଜିଟି ଶିକ୍ଷକ, ଇଂରାଜୀ, ଓଡ଼ିଆ, ଗଣିତ, ବିଜ୍ଞାନ, ସାମାଜିକ ଶିକ୍ଷା ବିଷୟ ପାଇଁ ଟିଜିଟି ଶିକ୍ଷକ, ଆର୍ଟ ଶିକ୍ଷକ ପଦରେ ନିଯୁକ୍ତି ଦିଆଯିବ ।

ମାର୍ଚ୍ଚ ମାସ ୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୬ ତାରିଖରେ ସମାପ୍ତ ହେବ । ଏପ୍ରିଲ ମାସ ୮ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ପେମେଣ୍ଟ ଓ ଆପ୍ଲିକେସନ ସବମିସନ କରିବାକୁ ପଡ଼ିବ । ସମସ୍ତ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି । ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଅନଲାଇନ୍ ଆବେଦନ ଲିଙ୍କ: https://cdn.digialm.com/EForms/configuredHtml/1258/81498/Index.html

ନୋଟିଫିକେସନ ଲିଙ୍କ: https://oav.edu.in/documents/oav/recruitments/230306112031_Detailed_modalities_for_invitation_of_applications_for_the_posts_of_Principals,_Teachers_in_the_Odisha_Adarsha_Vidyalayas.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.oavs.in/

Get real time updates directly on you device, subscribe now.