ଭୁବନେଶ୍ୱର: ଭାରସାମ୍ୟ ହରାଇ ଘାଟିରୁ ଖସିଲା ୧୦୮ ଆମ୍ବୁଲାନ୍ସ। ରାୟଗଡ଼ା ଗୋଇବନ୍ଧା ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏମକେସିଜିରୁ ରୋଗୀ ଛାଡ଼ି ଫେରିବାବେଳେ ଏହି ଦୁର୍ଘଟଣା ଘଟିବା ଜଣାପଡିଛି। ଆମ୍ବୁଲାନ୍ସର ଆଟେଣ୍ଡାଣ୍ଟ ଓ ଫାର୍ମାସିଷ୍ଟ ଏଥିରେ ଆହତ ହୋଇଛନ୍ତି।
ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ 2ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ 8ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ 3ଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ତେବେ ଦୁଇ ଜଣଙ୍କୁ ହସ୍ପିଟାଲ ନେବାବେଳେ ବାଟରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଆଉ ଜଣେ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତକ ଓ ଆହତଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ ।