Breaking: ଏଣିକି ହସ୍ପିଟାଲରୁ ଶବ ଘରେ ପହଞ୍ଚାଇବେ ସରକାର: ଆରମ୍ଭ ହେବ ୧୦୯ ସେବା

ଭୁବନେଶ୍ୱର: ଶବ ବୋହିବାକୁ ହେବନି ଆଉ ଅସୁବିଧା । ହସ୍ପିଟାଲରୁ ଘରକୁ ଶବ ଆଣିବାରେ ଆଉ ଲୋକେ ହେବେନି ହଇରାଣ ।

ମାଗଣାରେ ଶବକୁ ହସ୍ପିଟାଲରୁ ଘରକୁ ପଠାଯିବ । ୧୦୯ ଆମ୍ବୁଲାନ୍ସରେ ମାଗଣାରେ ଶବ ବୋହିବେ ସରକାର ।

ବିଭିନ୍ନ ଅଞ୍ଚଳରେ ଶବ ବୋହିବା ପାଇଁ ଲୋକଙ୍କୁ ନାନା ପ୍ରକାର କଷ୍ଟ କରିବାକୁ ପଡୁଥିଲା । ଏଣିକି ଏସବୁ କଷ୍ଟ ଆଉ ଭୋଗିବାକୁ ପଡ଼ିବ ନାହିଁ ।

ସରକାରଙ୍କ ତରଫରୁ ଏହି ମାଗଣା ସେବା ଆରମ୍ଭ କରାଯିବ । ତେବେ କେବେଠାରୁ ରାଜ୍ୟ ସରକାର ସେବା ଆରମ୍ଭ କରିବେ ସେ ନେଇ କୌଣସି ସୂଚନା ନାହିଁ ।