fbpx

ଦୁଇଟି ପର୍ଯ୍ୟାୟରେ ୧୦ଦିନ ପାଇଁ ସଟଡାଉନ ରହିବ ସମ୍ବଲପୁର

ସମ୍ବଲପୁର, ୨୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ କରୋନା ମୁକାବିଲା ନେଇ ବିଭିନ୍ନ ଜିଲ୍ଲାରେ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ୧୦ଦିନ ପାଇଁ ସମ୍ବଲପୁର ଜିଲ୍ଲା ସଟଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲିଠାରୁ ୩୧ଯାଏଁ ସଟଡାଉନ ଘୋଷଣା କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ଦୁଇଟି ପର୍ଯ୍ୟାୟରେ ଏହି ସଟଡାଉନ ହେବ ।

ପ୍ରଥମ ପର୍ଯ୍ୟାୟରେ ୨୨ରୁ ୨୫ ତାରିଖ ୪ଦିନ ସମ୍ପୂର୍ଣ୍ଣ ସଟଡାଉନ ହେବ । କେବଳ ଅତ୍ୟାବଶ୍ୟକ ସେବା ମିଳିବ । ଦ୍ୱିତୀୟ ପର୍ଯ୍ୟାୟରେ ୨୬ରୁ ୩୧ ତାରିଖ ଯାଏଁ ଜିଲ୍ଳାକୁ ସଟଡାଉନ ରଖାଯିବ । ଏହି ସମୟରେ ଆଂଶିକ ପନିପରିବା ଓ ଗ୍ରୋସରୀ ଦୋକାନ ଖୋଲିବ ବୋଲି ସୂଚନା ମିଳିଛି । ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳ ଏହିପରି ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.