fbpx

ହେଲମେଟ୍ ନପିନ୍ଧିବାରୁ କଟିଲା ଚାଲାଣ: ରାଗରେ ଆସି ଉଲଗ୍ନ ହୋଇଗଲେ ବ୍ୟକ୍ତି

ବିନା ହେଲମେଟରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧରିବାରୁ ପୋଲିସକୁ ଅଜିବ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ଏଭଳି ଘଟଣା ରାଜସ୍ଥାନର ଭିଲୱାଡା ଅଞ୍ଚଳରେ ଦେଖିବାକୁ ମିଳିଛି । ସେହି ଅଞ୍ଚଳରେ ପୋଲିସମାନେ ବିନା ହେଲମେଟରେ ଯାଉଥିବା ଜଣେ ବ୍ୟକ୍ତିଙ୍କର ଚାଲାଣ କାଟିଥିଲେ । ଏଥିରେ ରାଗିଯାଇ ବ୍ୟକ୍ତି ଜଣକ ସର୍ବ ସମ୍ମୁଖରେ ଗୋଟିଏ ପରେ ଗୋଟିଏ ନିଜର ପୋଷାକ କାଢିବାକୁ ଲାଗିଲେ ।

ବ୍ୟକ୍ତି ଜଣକ ସମସ୍ତ ପୋଷାକ ଓହ୍ଲାଇବା ପରେ କହିଲା ଯେ, ‘ଆମେମାନେ ଏତେ ସଚ୍ଚୋଟତାର ସହ ରହୁଛୁ । ହେଲେ ବି ଆମକୁ କଷ୍ଟ ଦିଆଯାଉଛି । ଚାଲାଣରେ କଟା ଯାଇଥିବା ଏତେ ଟଙ୍କା ଆମେ କୋଉଁଠୁ ଆଣିବୁ । ମୁଁ ସବୁ ପୋଷାକ ବି ଓହ୍ଲାଇ ସାରିଛି । ଚାହୁଁଛ ଯଦି ମାରିଦିଅ ମୋତେ ।’

ତେବେ ମିଳିଥିବା ସୂଚନା ମୁତାବକ, ମେୱାରାମ କୁମାବତ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ପିଲାଙ୍କୁ ନେଇ ବାଇକରେ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ବିନା ହେଲମେଟରେ ବାଇକ ଚଲାଉଥିବାରୁ ବ୍ୟକ୍ତିର ଚାଲାଣ କାଟିଥିଲା । ଚାଲାଣ କଟିବା ପରେ ବ୍ୟକ୍ତିଜଣକ ଅଧିକ ରାଗିଯାଇଥିଲେ ଫଳରେ ସେ ସମସ୍ତଙ୍କ ସାମ୍ନାରେ ହିଁ ପୋଷାକ କାଢି ଉଲଗ୍ନ ହୋଇଯାଇଥିଲେ ।

Get real time updates directly on you device, subscribe now.