Breaking: ମା’ ହେଲେ ଦଶମ ଛାତ୍ରୀ, ଗିରଫ ହେଲା ଯୁବକ
ଯାଜପୁର ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣା। ଘଟଣା ସାମ୍ନାକୁ ଆସିବାର ୨୪ ଘଣ୍ଟା ମଧ୍ୟରେ ଯୁବକ ଗିରଫ।
ଯାଜପୁର: ପ୍ରଥମେ ମାଲକାନାଗିରି ତାପରେ ଯାଜପୁର। ଦଶମ ଶ୍ରେଣୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା। ଦୁଇ ଜଣ ଯାକ ଦଶମ ପରୀକ୍ଷା ଦେଉଛନ୍ତି। ହେଲେ ଏପଟେ ପ୍ରସବ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା।
ହେଲେ ଏବେ ଯାଜପୁରର ଦଶମ ଶ୍ରେଣୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ। ରାମଚନ୍ଦ୍ରପୁର ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କଲା ବରୀ ପୋଲିସ। ବରୀ ବ୍ଲକ ଅଞ୍ଚଳର ୧୦ମ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଯାହାପରେ ଆରମ୍ଭ ହୋଇଥିଲା ତଦନ୍ତ।
ଘଟଣା ସାମ୍ନାକୁ ଆସିବାର ୨୪ ଘଣ୍ଟା ମଧ୍ୟରେ ଆକ୍ସନ ନେଇଛି ଜିଲ୍ଲା ପୋଲିସ। ଆଉ ଯୁବକକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ସୂଚନାନୁସାରେ ବରୀ ବ୍ଲକ ଅଞ୍ଚଳର ୧୦ମ ଶ୍ରେଣୀ ଛାତ୍ରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
ଛାତ୍ରୀ ଜଣକ ବରୀ ମେଡିକାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ଛାତ୍ରୀ ଜଣଙ୍କୁ ଯାଜପୁର ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ କିଏ ଦାୟୀ ଖୋଜିବା ଆରମ୍ଭ କରିଥିଲା। ଆଉ ଏବେ ଯୁବକକୁ ଗିରଫ କରିଛି ପୋଲିସ।