fbpx

ଲାଲବାହିନୀକୁ ଶକ୍ତ ଝଟ୍‌କା, ୨ ମହିଳା କ୍ୟାଡରଙ୍କ ସହ ୧୧ ନକ୍ସଲଙ୍କ ଆତ୍ମସମର୍ପଣ

ସୁକମା: ଛତିଶଗଡ ସୁକମା ଜିଲ୍ଲା ପୋଲିସ ନିକଟରେ ୧୧ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ନକ୍ସଲ ଥିବା ସୂଚନା ମିଳିଛି । ସୁକମା ପୋଲିସ ଦ୍ୱାରା ଆରମ୍ଭ କରାଯାଇଥିବା ପୁନା ନାର୍କମ ଅଭିଯାନରେ ଅନୁପ୍ରାଣିତ ହୋଇ ଏକାଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସମାଜର ମୁଖ୍ୟସ୍ରୋତକୁ ଫେରିବା ଲକ୍ଷ୍ୟରେ ସୁକମା ଏସପିଙ୍କ ପାଖରେ ଏମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ ପରେ ପୋଲିସ ଏମାନଙ୍କୁ ସ୍ୱାଗତ କରିଛି ।

ସୁକମା ପୋଲିସ ଅଧୀକ୍ଷକ ସୁନୀଲ ଶର୍ମା କହିଛନ୍ତି ଯେ, ଆତ୍ମସମର୍ମଣ କରିଥିବା ନକ୍ସଲଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ମଧ୍ୟ ରହିଛି । ସେମାନଙ୍କୁ ତୁରନ୍ତ ସହାୟତା ସହ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.