fbpx

ଖୁସି ଖବର: ଓଡ଼ିଶାରୁ ଆଜି ୧୧ ହଜାର ୮୮୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୮୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ ଲକ୍ଷ ୭୦ ହଜାର ୫୨୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୯୦ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୧୫୪ ଓ କଟକରୁ ୧୦୬୬, ସୁନ୍ଦରଗଡ଼ରୁ ୭୧୩, ଯାଜପୁରରୁ ୬୪୭, ମୟୂରଭଞ୍ଜରୁ ୬୩୩, ବାଲେଶ୍ବରରୁ ୫୧୦, କଳାହାଣ୍ଡିରୁ ୪୮୨, ପୁରୀରୁ ୪୭୧, ନବରଙ୍ଗପୁରରୁ ୩୫୪, ଜଗତସିଂହପୁରରୁ ୩୨୧, ବରଗଡ଼ରୁ ୩୦୦, ବଲାଙ୍ଗିରରୁ ୨୯୭, ସମ୍ବଲପୁରରୁ ୨୯୨, କେନ୍ଦ୍ରାପଡ଼ାରୁ ୨୮୫, ନୟାଗଡ଼ରୁ ୨୫୩, କେନ୍ଦୁଝରରୁ ୨୧୬, କୋରାପୁଟରୁ ୨୧୪, ଝାରସୁଗୁଡ଼ାରୁ ୨୧୧, ରାୟଗଡ଼ାରୁ ୧୯୦, ଭଦ୍ରକରୁ ୧୭୭, ଗଞ୍ଜାମରୁ ୧୭୬, ସୋନପୁରରୁ ୧୫୮, ବୌଦ୍ଧରୁ ୧୨୪, ଢେଙ୍କାନାଳରୁ ୧୨୦, କନ୍ଧମାଳରୁ ୧୧୧, ମାଲକାନଗିରିରୁ ୧୦୮, ଗଜପତିରୁ ୧୦୧, ଦେବଗଡ଼ରୁ ୯୮, ନୂଆପଡ଼ାରୁ ୮୫ ଓ ଷ୍ଟେଟ୍ ପୁଲରୁ ୩୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.