fbpx

ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନାର ୧୧ତମ କିସ୍ତି ଜାରି, ଏହିପରି ପାଞ୍ଚ ମିନିଟରେ ଯାଞ୍ଚ କରନ୍ତୁ ବାଲାନ୍ସ

ଶିମଲା(ଓଡିଶା ଭାସ୍କର): ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନାର ୧୧ତମ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଆୟୋଜିତ ହୋଇଥିବା ଗରିବ କଲ୍ୟାଣ ସମ୍ମିଳନୀରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ବଟନ୍ ଦବାଇ ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନନିଧି ଯୋଜନା ଅଧୀନରେ ଏକାଦଶ କିସ୍ତି ଭାବରେ ୨୧ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି।

ଏହିପରି ମିନିଟରେ ଯାଞ୍ଚ କରନ୍ତୁ :

ପ୍ରଧାନମନ୍ତ୍ରୀ କିସାନର ଅଫିସିଆଲ୍ ୱେବସାଇଟ୍ – https://pmkisan.gov.in/ ପରିଦର୍ଶନ ଯାଆନ୍ତୁ।

ପୃଷ୍ଠାର ଡାହାଣ କୋଣରେ ଥିବା ‘ହିତାଧିକାରୀ ତାଲିକା’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।

ଡ୍ରପ୍ ଡାଉନ୍ ରୁ ରାଜ୍ୟ, ଜିଲ୍ଲା, ସବ୍ ଜିଲ୍ଲା, ବ୍ଲକ୍ ଏବଂ ଗ୍ରାମ ଭଳି ସବିଶେଷ ତଥ୍ୟ ଚୟନ କରନ୍ତୁ।

ତା’ପରେ ‘ରିପୋର୍ଟ ପାଆନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

ଏଥିରେ କ୍ଲିକ୍ କରିବା ପରେ ହିତାଧିକାରୀ ତାଲିକାର ସବିଶେଷ ତଥ୍ୟ ପ୍ରଦର୍ଶିତ ହେବ।

ଆପଣ ଏହି ପ୍ରଧାନମନ୍ତ୍ରୀ କିସାନ ହେଲ୍ପଲାଇନ ନମ୍ବର ୧୫୫୨୬୧ / ୦୧୧-୨୪୩୦୦୬୦୬ କୁ ମଧ୍ୟ କଲ କରିପାରିବେ।

କୃଷକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ ହିତାଧିକାରୀ ଚାଷୀଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ଏହି ରାଶି ପ୍ରତ୍ୟେକଙ୍କୁ ଦୁଇ ହଜାର ଟଙ୍କାର ତିନିଟି ସମାନ କିସ୍ତିରେ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ କୃଷକମାନଙ୍କୁ ହସ୍ତାନ୍ତର କରାଯାଏ। ଏହି କିସ୍ତିଗୁଡ଼ିକ ପ୍ରତି ଚାରିମାସରେ ଆସେ ଯଥା ବର୍ଷକୁ ତିନିଥର, ଏହି ଯୋଜନା ଅଧୀନରେ ୨୦୦୦-୨୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯାଏ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ପ୍ରତ୍ୟେକଟି ୨,୦୦୦ ଟଙ୍କା ର ୧୦ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଛି। ଦଶମ କିସ୍ତି ଜାନୁଆରୀ ୧, ୨୦୨୨ ରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା। ଏହି ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ଏପର୍ୟ୍ୟନ୍ତ ସରକାର ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୮ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି।

Get real time updates directly on you device, subscribe now.