fbpx
BSKY SKY
BSKY SKY

କିଷ୍କିନ୍ଧା ନା ଅଞ୍ଜନେରୀ, କେଉଁଠି ହୋଇଥିଲା ହନୁମାନଙ୍କ ଜନ୍ମ, ଆଜି ଧର୍ମ ସଂସଦରେ ହେବ ନିଷ୍ପତ୍ତି

BSKY

ନାସିକ: ଭଗବାନ ହନୁମାନଙ୍କ ଜନ୍ମସ୍ଥାନ କେଉଁଠି ? ଏହାକୁ ନେଇ ଭିନ୍ନ ଭିନ୍ନ ମତ ହୋଇପାରେ, ମାତ୍ର ଏହାକୁ ନେଇ ସଂପ୍ରତି ବିବାଦ ମୁଣ୍ଡ ଟେକିଛି। ଏହାର ସମାଧାନ ପାଇଁ ନାସିକରେ ମଙ୍ଗଳବାର ଧର୍ମ ସଂସଦର ଆୟୋଜନ କରାଯାଉଛି। ଶ୍ରୀ ମଣ୍ଡଲାଚାର‌୍ୟ୍ୟ ପୀଠାଧୀଶ୍ଵର ମହନ୍ତ ସ୍ଵାମୀ ଅନିକେତ ଶାସ୍ତ୍ରୀ ଦେଶପାଣ୍ଡେ ଏହାର ଆୟୋଜନ କରୁଛନ୍ତି। ସ୍ଵାମୀ ଅନିକେତଙ୍କ ମତରେ ଧର୍ମ ସଂସଦରେ ସମଗ୍ର ଦେଶର ସନ୍ଥ ଭଗବାନ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ନିଜର ବିଚାର ରଖିବେ। ଏହି ଧର୍ମ ସଂସଦରେ ଯେଉଁ ନିଷ୍କର୍ସ ବାହାରିବ ତାକୁ ସମସ୍ତେ ମାନିବେ। ମହନ୍ତ ଗୋବିନ୍ଦ ଦାସ ଦାବି କରିଥିଲେ ଯେ, କିଷ୍କିନ୍ଧା ହିଁ ଭଗବାନ ହନୁମାନଙ୍କ ଜନ୍ମସ୍ଥାନ। ସେ ଏହା ଉପରେ ବିତର୍କ କରିବାକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ।

ବାଲ୍ମିକୀ ରାମାୟଣର ଦ୍ଵାହି ଦେଇ ସେ ଉକ୍ତ ମାନ୍ୟତାକୁ ଭୁଲ୍ ଦର୍ଶାଇଛନ୍ତି ଯେ, ଭଗବାନ ହନୁମାନଙ୍କ ଜନ୍ମ ମହାରାଷ୍ଟ୍ରର ଅଞ୍ଜନେରୀରେ ହୋଇଥିଲା। ମହନ୍ତ ଗୋବିନ୍ଦ ଦାସ ରଥ ନେଇ ରବିବାର ତ୍ରୟମ୍ବକେଶ୍ଵର ମନ୍ଦିର ପହଞ୍ଚିଥିଲେ। ସେ କହିଛନ୍ତି, ରାମାୟଣରେ ମହର୍ଷି ବାଲ୍ମିକୀ କୌଣସି ସ୍ଥାନରେ ଲେଖି ନାହାନ୍ତି ଯେ ହନୁମାନଙ୍କ ଜନ୍ମ ନାସିକର ଅଞ୍ଜନେରୀରେ ହୋଇଥିଲା। ସେ ନାସିକ ପୁରୋହିତ ସଂଘର ଅଧ୍ୟକ୍ଷ ସତୀଶ ଶୁକ୍ଳା ଏବଂ ବୈଷ୍ଣବ ଏବଂ ଶୈବ ଅଖାଡାକୁ ଆହ୍ଵାନ ଦେଇଛନ୍ତି। ଏମାନଙ୍କ କହିବା କଥା ନାସିକର ଅଞ୍ଜନେରୀ ହିଁ ହନୁମାନ ଜୀଙ୍କ ଜନ୍ମ ଭୂମି।

ସଂପ୍ରତି ଏହି ବିବାଦକୁ ନେଇ କୌଣସି ଅଦାଲତରେ କିମ୍ବା ସରକାରୀସ୍ତରରେ କୌଣସି ଦାବି କରାଯାଇନାହିଁ। ତଥାପି ନାସିକ ପୋଲିସ ଆୟୋଜକଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନୋଟିସ୍ ଜାରି କରିଛନ୍ତି। ଉଲ୍ଲେଖନୀୟ ଅଞ୍ଜନେରୀ, ନାସିକ-ତ୍ରୟମ୍ବକେଶ୍ଵରର ପାହାଡରେ ନିର୍ମିତ କିଲ୍ଲା ମଧ୍ୟରୁ ଏକ। ଯାହାକୁ ଭଗବାନ ହନୁମାନଙ୍କ ଜନ୍ମସ୍ଥାନ କୁହାଯାଏ। ଅଞ୍ଜନେରୀ ନାସିକର ତ୍ରୟମ୍ବକ ରୋଡରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ। ଏହାର ନାମ ହନୁମାନଙ୍କ ମାତା ଅଞ୍ଜନୀଙ୍କ ନାମରେ ରଖାଯାଇଛି। ଅଞ୍ଜନେରୀ ପାହାଡରେ ହନୁମାନ ଜୀଙ୍କ ସହିତ ଅଞ୍ଜନୀ ମାତାଙ୍କ ମନ୍ଦିର ରହିଛି। କୁହାଯାଏ, ଏହି ପର୍ବତରେ ହନୁମାନଙ୍କ ଜନ୍ମ ହୋଇଥିଲା।

 

Get real time updates directly on you device, subscribe now.