fbpx

ଜଳିଗଲା ୧୨ ବଖରା ଘର, ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ପୋଡି ପାଉଁଶ

ଭୁବନେଶ୍ୱର: ଢେଙ୍କାନାଳ କାମାକ୍ଷାନଗରରୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଅଁଳାବେରିଣୀ ଗାଁରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ଅଗ୍ନିକାଣ୍ଡ ଘଟି ୧୨ ବଖରା ଘର ଜଳି ଭସ୍ମ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Get real time updates directly on you device, subscribe now.