fbpx

ନୂଆ କ୍ରେଡିଟ କାର୍ଡ ଜାରି କରିପାରିବନି କୋଟାକ ମହିନ୍ଦ୍ରା ବ୍ୟାଙ୍କ: ଆରବିଆଇ ନେଲା କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କୋଟାକ ମହିନ୍ଦ୍ରା ବ୍ୟାଙ୍କ ବିରୋଧରେ ବ୍ୟାଙ୍କିଙ୍ଗ ସେକ୍ଟରର ରେଗୁଲେଟର ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆରବିଆଇ କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ଅନଲାଇନ ବା ମୋବାଇଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ଜରିଆରେ ନୂଆ ଗ୍ରାହକ ଯୋଡିବା ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ବ୍ୟତୀତ ଆରବିଆଇ କୋଟାକ ବ୍ୟାଙ୍କର ନୂଆ କ୍ରେଡିଟ କାର୍ଡସ ମଧ୍ୟ ଜାରି କରିବା ଉପରେ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନେଇଛି । ଆରବିଆଇ କହିଛି ଯେ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ନିଜର ବିଦ୍ୟମାନ ଗ୍ରାହକ ଯେଉଁଥିରେ କ୍ରେଡିଟ କାର୍ଡ କଷ୍ଟମର୍ସ ମଧ୍ୟ ସାମିଲ ଅଛନ୍ତି, ସେମାନେ ସମସ୍ତଙ୍କୁ ସର୍ଭିସେଜ ଉପଲବ୍ଧ କରାଇବ ।

ଆରବିଆଇ ପ୍ରେସ ରିଲିଜ ଜାରି କରି କହିଛି ଯେ, ୨୦୨୨ ଏବଂ ୨୦୨୩ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଇଟି ପରୀକ୍ଷା ସମୟରେ ବ୍ୟାଙ୍କରେ ଅନେକ ପ୍ରକାରର ଦୁର୍ବଳତାକୁ ନେଇ ଚିନ୍ତା ପ୍ରକଟ କରିଛି । କୋଟାକ ମହିନ୍ଦ୍ରା ବ୍ୟାଙ୍କ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ସମସ୍ୟାର ସମାଧନ କରିବାରେ ବିଫଳ ହୋଇଛି । ଆରବିଆଇ କହିଛି ଯେ, ରୋବଷ୍ଟ ଆଇଟି ଇନଫ୍ରାଷ୍ଟ୍ରକଚର ଏବଂ ଆଇଟି ରିସ୍କ ମ୍ୟାନେଜମେଣ୍ଟ ପ୍ରେମଓ୍ବର୍କ ଅଭାବରେ ବ୍ୟାଙ୍କ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ଏବଂ ତାଙ୍କର ଅନଲାଇନ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ଗତ ଦୁଇ ବର୍ଷରେ ଅନେକ ଦଫା ଆଉଟେଜର ସାମ୍ନା କରିଛି । ଏହି ମାସ ୧୫ ଏପ୍ରିଲ ୨୦୨୪ରେ ମଧ୍ୟ ସର୍ଭିସେଜ ବନ୍ଦ ହୋଇଯାଇଛି ଯେଉଁ କାରଣରୁ ବ୍ୟାଙ୍କ ଗ୍ରାହକମାନଙ୍କୁ ଅନେକ ଆସୁବିଧା ସାମ୍ନା କରିବାକୁ ପଡୁଛି ।

Get real time updates directly on you device, subscribe now.