fbpx

ଭାଷଣ ଦେବା ବେଳେ ମଞ୍ଚ ଉପରେ ବେହୋସ ହୋଇପଡିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଯବତମାଲରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଭାଷଣ ଦେବା ସମୟରେ ମଞ୍ଚ ଉପରେ ବେହୋସ ହୋଇ ପଡିଯାଇଥିଲେ । ମଞ୍ଚରେ ଉପସ୍ଥିତ ଲୋକମାନେ ତତ୍କାଳ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଯାଇଥିଲେ ।
ଗଡକରୀ ଯବତମାଲ ପୁସଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ପାଇଁ ସେଠାରେ ପହଞ୍ଚିଥିଲେ । ସେ ମଞ୍ଚରେ ଭାଷଣ ଦେଉଥିବା ସମୟରେ ଅଚାନକ ବେହୋସ ହୋଇ ପଡି ଯାଇଥିଲେ । ତାଙ୍କ ପାଖରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ ସମ୍ଭାଳି ନେବା ସହ ଚିକିତ୍ସା ଲାଗି ହସ୍ପିଟାଲ ନେଇଯାଇଥିଲେ ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଗଡକରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଚାନକ ଖରାପ ହୋଇଯାଇଛି । ୨୦୧୮ରେ ବି ମହାରାଷ୍ଟ୍ର ଅହମଦନଗରରେ ଏକ କାର୍ଯ୍ୟକ୍ରମ ସମବୟରେ ସେ ଅଚାନକ ମଞ୍ଚ ଉପରେ ବେହୋସ ହୋଇ ପଡିଥିଲେ । ଏହି ସମୟରେ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କ ସହ ଉପସ୍ଥିତ ଥିଲେ । ରାଜ୍ୟପାଳ ସେତେବେଳେ ତାଙ୍କୁ ମଞ୍ଚ ଉପରେ ସମ୍ଭାଳି ନେଇଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ କି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ନାଗପୁର ଲୋକସଭା ସିଟ୍‌ରୁ ବିଜେପି ପ୍ରାର୍ଥୀ ଅଟନ୍ତି । ଏହି ସିଟ୍‌ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇସାରିଛି । ସେ ଏଠାରେ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି । କୁହାଯାଉଛି ସୁଗାର ଲେବୁଲ କମ୍ ହୋଇଯିବା ଦ୍ୱାରା ଗଡକରୀଙ୍କୁ ଚକ୍କର ଆସିଛି ।

Get real time updates directly on you device, subscribe now.