fbpx

ଦେଶବ୍ୟାପୀ ଅକ୍ସିଜେନ୍ ଆବଣ୍ଟନ ନେଇ ତିଆରି ହେଲା ୧୨ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : କରୋନା ଭାଇରସର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିଭିନ୍ନ ହସ୍ପିଟାଲରେ ହେଉଥିବା ଅକ୍ସିଜେନର ଅଭାବକୁ ନେଇ ସୁପ୍ରିମକୋର୍ଟ ଶନିବାର ୧୨ ସଦସ୍ୟ ବିଶିଷ୍ଟ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଞ୍ଚରେ ଅକ୍ସିଜେନ୍ ର ମୁଲ୍ୟାୟନ, ଆବଶ୍ୟକତା ଏବଂ ଏହାର ଆବଣ୍ଟନ କରିବା ନେଇ ଏହି ଟାସ୍କ ଫୋର୍ସ ଗଠନ ହୋଇଛି । ଏହି ଟାସ୍କ ଫୋର୍ସରେ ଦେଶର ବିଭିନ୍ନ ଅଭିଜ୍ଞ ଡାକ୍ତର ମାନଙ୍କୁ ମଧ୍ୟ ସଂପୃକ୍ତ କରାଯାଇଛି । କୋର୍ଟ ପକ୍ଷରୁ ନିଯୁକ୍ତ ହୋଇଥିବା ପ୍ୟାନେଲ୍ ରେ ଗ୍ରାମୀଣ କ୍ଷେତ୍ରରେ ଆବଶ୍ୟକ ମେଡିସିନ୍, ମ୍ୟାନପାୱାର୍ ଏବଂ ଚିକିତ୍ସା ସୁବିଧା ଭଳି ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରାଯିବ । ଏହି ଟାସ୍କ ଫୋର୍ସ ୧୨ ଜଣ ଯାକ ସଦସ୍ୟ ଅକ୍ସିଜେନ୍ ସମ୍ପର୍କିତ ସମସ୍ତ ପ୍ରକାର ସୁବିଧା ଉପରେ ବିଶେଷ ଗୁରୁତ୍ୱ ଦେବେ ।

ସୁଚନାଯୋଗ୍ୟ, କିଛି ମାସ ହେବ କରୋନା ଆକ୍ରାନ୍ତ ବଢ଼ୁଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ସଙ୍କଟ ଦେଖାଦେଇଛି । କିଛି ସ୍ଥାନରେ ରୋଗୀଙ୍କୁ ଅକ୍ସିଜେନ୍ ମିଳିପାରୁନି । ଯାହା ଫଳରେ ଅନେକ ରୋଗୀ ପ୍ରାଣ ହରାଉଛନ୍ତି । ଏହି ଭଳି ମୁହୁର୍ତ୍ତରେ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ଶୁଣାଣି ଜାରି ରହିଛି । ଅକ୍ସିଜେନ୍ ଯୋଗାଣକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଲେଣି । ଅକ୍ସିଜେନ୍ ସଙ୍କଟକୁ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରିତା ଉପରେ ଦୋଷ ଲଦୁଛନ୍ତି । ତେଣୁ ଏହିସବୁ ଅସୁବିଧାକୁ କେନ୍ଦ୍ର କରି ଏହି ଟାସ୍କ ଫୋର୍ସ ଗଠନ କରାଯାଇଚି ।

Get real time updates directly on you device, subscribe now.