fbpx
BJD SKY
BJD SKY

ଓଡିଶାର ୧୨ ଅନାଥ ପିଲାଙ୍କୁ ମିଳିବ କରୋନା ଭତ୍ତା

BJD

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଛନ୍ତି । କରୋନାରେ ବାପା, ମାଆଙ୍କୁ ହରାଉଥିବା ପିଲାଙ୍କୁ ସହାୟତା ଯୋଗାଇବାକୁ ଅଣ୍ଟା ଭିିଡିଛନ୍ତି ସରକାର । ତେବେ କରୋନା ଯୋଗୁଁ ବାପା, ମାଙ୍କୁ ହରାଇଥିବା ଓଡିଶାର ୧୨ ପିଲାଙ୍କୁ ଦିଆଯିବ ଭତ୍ତା । ୧୨ ପିଲାଙ୍କୁ ମଧୁବାବୁ ଯୋଜନାରେ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ପିଲାଙ୍କୁ କରୋନା ଭତ୍ତା ଦିଆଯିବ । ସେହିପରି ଭଦ୍ରକ, ରାୟଗଡା ଓ ଦେବଗଡରୁ ୨ ଜଣ ଲେଖାଏଁ ପିଲା ଏହି ଭତ୍ତା ପାଇବେ । ଅନାଥ ଶିଶୁଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସରକାର ସହଯୋଗ କରିବେ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.