fbpx

୧୨୪ ବର୍ଷିୟ ବୃଦ୍ଧା ନେଲେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ

ନୂଆଦିଲ୍ଲୀ: କରୋନର ଦ୍ୱିତୀୟ ଲହରର ପ୍ରକୋପ ଦେଶରୁ ଧୀରେ ଧୀରେ ହ୍ରାସ ହେବାର ପରିଲକ୍ଷିତ ହେଉଛି । ସେପଟେ ସରକାର ଟିକାକରଣକୁ ମଧ୍ୟ ବ୍ୟାପକ କରୁଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ସରକାର ଡୋର-ଟୁ-ଡୋର ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି ଫଳରେ ବୃଦ୍ଧ ଲୋକମାନଙ୍କୁ ଭ୍ୟାକ୍ସିନ ବିନା କୌଣସି ଅସୁବିଧାରେ ମିଳିପାରିବ । ଏହି କ୍ରମରେ ଜମ୍ମୁ-କାଶ୍ମୀରର ବାରାମୂଲା ଜିଲ୍ଲାର ୧୨୪ ବର୍ଷିୟ ବୃଦ୍ଧା ରେହାତି ବେଗମଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ ଦିଆଯାଇଛି ।

ବାରାମୂଲାର ଡେପୁଟି କମିଶନର ଏନେଇ ଟ୍ୱିଟ କରି କହିଛନ୍ତି ଡୋର-ଟୁ-ଡୋର ଟିକାକରଣ ଅଭିଯାନରେ ୧୨୪ ବର୍ଷିୟ ରେହାତି ବେଗମଙ୍କୁ ଭ୍ୟାକ୍ସିନ ଦିଆଯାଇଛି । ସେ ଆହୁରି କହିଛନ୍ତି ରେହିତାଙ୍କ ପାଖରେ କୌଣସି ପ୍ରମାଣପତ୍ର ମଧ୍ୟ ନାହିଁ ତେବେ ତାଙ୍କ ପାଖରେ ସ୍ୱାଧୀନତା ପୂର୍ବର ଏକ ରେସନ କାର୍ଡ ରହିଛି । ତେବେ ରେହିତା ବେଗମଙ୍କୁ ଭ୍ୟାକ୍ସିନ ଲଗାଇବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Get real time updates directly on you device, subscribe now.