fbpx

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମତ, ଦଳରୁ ଖାଇଲେ ତଡ଼ା; ଜାଣନ୍ତୁ କେଉଁଠି…

ପାଟନା: ସେ ଥିଲେ ଦଳୀୟ ଶୃଙ୍ଖଳା କମିଟିର ସ୍ଥାନୀୟ ଅଧ୍ୟକ୍ଷ । କିନ୍ତୁ ତାଙ୍କ ବିରୋଧରେ ଆସିଲା ଶୃଙ୍ଖଳା ଭଙ୍ଗ କରିବାର ଅଭିଯୋଗ । ଫଳରେ ଦଳରୁ ଖାଇଲେ ତଡ଼ା । ତାଙ୍କୁ ଭାରୀ ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମତ ଦେବା । ଆଉ ନିଲମ୍ବିତ ନେତାଙ୍କ ନାଁ ହେଉଛି ଟୁନ୍ନା ପାଣ୍ଡେ । ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ବିହାର ବିଜେପି ।

ସୂଚନା ଅନୁସାରେ ନିକଟରେ ଟୁନ୍ନା ପାଣ୍ଡେ ଦେଇଥିଲେ ବିବାଦୀୟ ମନ୍ତବ୍ୟ । ମୁଖ୍ୟମନ୍ତ୍ରୀ ନୀତୀଶ୍ କୁମାରଙ୍କ ବିରୋଧରେ ସେ କହିଥିଲେ ଯେ, ନୀତୀଶ କୁମାର ଦ୍ୱିତୀୟ ଓ ତୃତୀୟ ନମ୍ବର ଦଳ ଭାବରେ ରହିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ପରିସ୍ଥିତିକୁ ନେଇ ସେ ଏଭଳି ସୁଯୋଗ ପାଇଛନ୍ତି । ଏହି ମର୍ମରେ ଟୁନ୍ନା ମତ ଦେଇଥିଲେ । ତେବେ ଏନେଇ ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସୱାଲ କହିଛନ୍ତି ଯେ ବିହାରର ଦଳୀୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଟୁନ୍ନା ପାଣ୍ଡେଙ୍କୁ ଦଳ ବିରୋଧରେ ବୟାନ ଦେଇଥିବାରୁ ଦଳରୁ ବହିଷ୍କୃତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଟୁନ୍ନା ପାଣ୍ଡେଙ୍କ ଟିପ୍ପଣୀକୁ ଜେଡିୟୁ ସହିତ ଶାସନରେ ଭାଗୀଦାର ରହିଥିôବା ବିଜେପି ମଧ୍ୟ ନିନ୍ଦା କରିଛି । ଟୁନ୍ନାଙ୍କ ମତ ଦଳୀୟ ବିଚାରଧାରା ଓ ମର୍ଯ୍ୟାଦା ବିରୋଧରେ ବୋଲି ଉଭୟ ଦଳ ମତ ଦେଇଛନ୍ତି । ଏହା ସହ ଟୁନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.