ଅଜବ କଥା, ଏକାଥରେ ୧୨ ଜଣଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା ସାପ

୨ ଦିନରେ ମୋଟ ୧୮ ଜଣ ସାପ କାମୁଡ଼ାର ଶିକାର।

ନରସିଂହପୁର: ଯେହେତୁ ଏବେ ବର୍ଷା ଋତୁ ଚାଲିଛି ସାପ ବେଙ୍ଗ ତ ବାହାରେ ବୁଲିବା ସ୍ୱଭାବିକ କଥା। ଏପରିକି ସାପ କାମୁଡ଼ା ଘଟଣା ମଧ୍ୟରେ ଦେଖିବାକୁ ମିଳୁଛି। ହେଲେ ଗୋଟିଏ ଗାଁରେ ଏକାଥରେ ୧୨ ଜଣଙ୍କୁ ସାପ କାମୁଡ଼ିବା କଥାଟି ଟିକେ ଆଶ୍ଚର୍ଯ୍ୟ ଲାଗୁନାହିଁ କି?

ହଁ ୧୨ ଜଣଙ୍କୁ କାମୁଡ଼ିଛି ସାପ। ନରସିଂହପୁରରେ ସାପ କାମୁଡ଼ାରେ ୧୨ ଜଣ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।  ସୂତ୍ରରୁ ଜଣାପଡିଛି କି, ୨ ଦିନରେ ମୋଟ ୧୮ ଜଣଙ୍କୁ ସାପ କାମୁଡ଼ାର ଶିକାର ହୋଇଛନ୍ତି।

ସମସ୍ତ ଅସୁସ୍ଥଙ୍କୁ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଏବେ ସମସ୍ତ ସାପ କାମୁଡ଼ା ରୋଗୀଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି।