fbpx

୧୧ ବର୍ଷ ବୟସରେ ସନ୍ତାନ ଜନ୍ମ କଲେ ବାଳିକା

ଲଣ୍ଡନ: ବ୍ରିଟେନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୧୧ ବର୍ଷୀୟା ବାଳିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଘଟଣାକୁ ନେଇ ବାଳିକାଙ୍କ ପରିବାର ବର୍ଗ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ୩୦ ସପ୍ତାହର ଗର୍ଭଧାରଣ ପରେ ନାବାଳିକା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ପୋଲିସ ଏବଂ ସାମାଜିକ କର୍ମୀ ମାନେ ଘଟଣାର ତଦନ୍ତ ଜାରି ରଖିଛନ୍ତି । ବାଳିକା ଜଣକ ୧୦ ବର୍ଷର ଥିବା ବେଳେ ଗର୍ଭଧାରଣ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାପଡିଥିଲା । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ।

ତେବେ ଏପରି ଗର୍ଭଧାରଣକୁ ନେଇ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏପରି ଅବସ୍ଥା କୋମଳମତି ଶିଶୁଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ଚିକିତ୍ସା କରୁଥିବା ଡାକ୍ତର କାରୋଲ୍ କୁପର କହିଛନ୍ତି । ଏହା ସହିତ ବିଗତ କିଛି ବର୍ଷ ମଧ୍ୟରେ ବ୍ରିଟେନରେ ଏହିଭଳି ମାମଲା ସାମ୍ନାକୁ ଆସିବା ସରକାରଙ୍କ ଚିନ୍ତା ବଢାଇଛି ।

୨୦୦୬ରେ ଟେରେସା ମିଡିଲଟନ୍ ନାମ୍ନୀ ୧୨ ବର୍ଷୀୟା ବାଳିକା ମା ହୋଇଥିବା ବେଳେ ୨୦୧୪ରେ ୧୨ ବର୍ଷୀୟ ଏବଂ ୧୩ ବର୍ଷୀୟ ପିତାଙ୍କ ଔରସରୁ ଜନ୍ମ ନେଇଥିଲା ଏକ ସନ୍ତାନ । ଉଲ୍ଲେଖଯୋଗ୍ୟ ଯେ, ସବୁଠାରୁ କମ୍ ବୟସରେ ସନ୍ତାନ ଜନ୍ମର ରେକର୍ଡ ଲିନା ମେଡିନାଙ୍କ ନାମରେ ରହିଛି । ପେରୁର ଲିନା ମାତ୍ର ୫ ବର୍ଷ ୭ ମାସ ବୟସରେ ଏକ ଶିଶୁକୁ ଜନ୍ମ ଦେଇଥିଲେ ।

Get real time updates directly on you device, subscribe now.