fbpx

ଏହି ରାଜ୍ୟରେ ୧୦ ଜୁଲାଇ ଯାଏ ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଧିରେ ଧୀରେ ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ଭୟ ଖେଳିଯାଇଛି । ସେପଟେ କରୋନାର ଡେଲ୍ଟା ପ୍ଲସ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପଞ୍ଜାବରେ କରୋନା ଲକଡାଉନ ଅବଧିକୁ ୧୦ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଲକଡାଉନରେ କିଛିଟା କଟକଣାକୁ କୋହଳ କରାଯାଇଛି । କରୋନା ମାମଲା ହ୍ରାସ ପାଉଥିବାରୁ ଲକଡାଉନକୁ କୋହଳ କରାଯାଇଛି ।

ଦେଶରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟର ବଢ଼ୁଥିବା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଲକଡାଉନ ଅବଧିକୁ ୧୦ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ରାଜ୍ୟରେ ସର୍ତ୍ତ ସହିତ କଟକଣା କୋହଳ କରାଯାଇଛି । ରାଜ୍ୟରେ ପବ୍, ବାର ଆଦି ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଏଗୁଡିକ ୫୦ ପ୍ରତିଶତ ଲୋକଙ୍କୁ ନେଇ ଖୋଲିବାକୁ ଅନୁମତି ଦିଆଯାଇଛି ।

ତେବେ ରାଜ୍ୟରେ ସୋମବାର ଦିନ ୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭୧ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିଲା । ଏହି କ୍ରମରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬,୦୧୧କୁ ବୃଦ୍ଧି ପାଇଛି । ଏବେ ୩,୬୩୯ ଜଣ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ୧୫୬୦ ଜଣ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ।

Get real time updates directly on you device, subscribe now.