fbpx

ମୁଣ୍ଡବ୍ୟଥାଠାରୁ ଆରମ୍ଭ କରି କ୍ୟାନସର ଔଷଧ ରେଟ୍ କମିଲା: ୧୨୮ଟି ମେଡିସିନର ରେଟ୍ ବଦଳାଇଲା NPPA

ନୂଆଦିଲ୍ଲୀ: ଦେଶର ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର । ମୁଣ୍ଡବ୍ୟଥାଠାରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ବହୁ ଔଷଧର ରେଟ୍ ହ୍ରାସ ପାଇଛି । ତେବେ ମୋଟ ୧୨୮ଟି ମେଡସିନର ମୂଲ୍ୟ ହ୍ରାସ ପାଇଥିବା ନେଇ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ସୂଚନା ଦିଆଯାଇଛି । କମ୍ ଦାମ୍ ଥାଇ ପ୍ରିଣ୍ଟିଂ ହୋଇଥିବା ମେଡସିନ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ମାର୍କେଟରେ ଉପଲବ୍ଧ ହେବ ବୋଲି ପୂର୍ବରୁ କୁହାଯାଇଥିଲା ।

ମେଡିସିନର ମୂଲ୍ୟ ଉପରେ ନଜର ରଖୁଥିବା ସଂସ୍ଥା ଏନପିପିଏ ପକ୍ଷରୁ ୧୨୮ଟି ଆଣ୍ଟିବାୟୋଟିକ ଓ ଆଣ୍ଟିବାୟରଲ ମେଡିସିନର ମୂଲ୍ୟରେ ସଂଶୋଧନ କରାଯାଇଛି । ଏନେଇ ଏନପିପିଏ ପକ୍ଷରୁ ଏକ ଅଧିସୂଚନା ଜାରି କରି ମେଡିସିନର ମୂଲ୍ୟ ପରିବର୍ତ୍ତନ ବିଷୟରେ ସୂଚନା ଦିଆଯାଇଛି । ଏହି ମେଡସିନ ପ୍ରସ୍ତୁତ କରୁଥିବା ସମସ୍ତ କମ୍ପାନୀମାନେ ସରକାରଙ୍କ ପକ୍ଷରୁ ସ୍ଥିରୀକୃତ ହୋଇଥିବା ମୂଲ୍ୟ (ଜିଏସଟି ଅତିରିକ୍ତ)ରେ ହିଁ ପ୍ରଡକ୍ଟ ବିକ୍ରି କରିବେ । ଯେଉଁ କମ୍ପାନୀମାନେ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦାମରେ ମେଡିସିନ ବିକ୍ରି କରିବେ, ସେମାନଙ୍କୁ ଦାମ ହ୍ରାସ କରିବାକୁ ପଡ଼ିବ ।

ତେବେ ଏନପିପିଏ ତରଫରୁ ଜାରି କରାଯାଇଥିବା ମେଡିସିନ ଲିଷ୍ଟରେ ଆମୋକ୍ସିସିଲିନ ଓ କ୍ଲେବୁଲେନିକ ଏସିଡର ଆଣ୍ଟିବାୟୋଟିକ ଇଞ୍ଜେକସନ, ଭ୍ୟାଙ୍କୋମାଇସିନ, ସେଲବୁଟେମୋଲ, କ୍ୟାନ୍ସର ମେଡିସିନ ଟ୍ରେଷ୍ଟୁଜୁମୈବ, ଯନ୍ତ୍ରଣା ରୋଧୀ ଔଷଧ ଆଇବ୍ରୁଫେନରେ ଦିଆଯାଉଥିବା ପାରାସିଟାମଲ ସାମିଲ ରହିଛି । ଅଧିସୂଚନା ମୁତାବକ, ଆମୋକ୍ସିସିଲିନର ଗୋଟିଏ କ୍ୟାପସୁଲର ମୂଲ୍ୟ ୨.୧୮ ଟଙ୍କା ହୋଇଯାଇଛି । ସେହିପରି ସେଟ୍ରିଜୀନର ଗୋଟିଏ ଗୋଲିକୁ ୧.୬୮ ଟଙ୍କା ଦେବାକୁ ପଡ଼ିବ । ଆଇବ୍ରୁଫେନର ୪୦୦ ଏମଜି ଗୋଲିକୁ ୧.୦୭ ଟଙ୍କାରେ ବିକ୍ରି କରାଯିବ ।

Get real time updates directly on you device, subscribe now.