fbpx

‘ଦି କଶ୍ମୀର ଫାଇଲ୍ସ’ର ଅଭିନେତ୍ରୀ ପଲ୍ଲବୀ ଜୋଶୀ ସୁଟି୍ ସେଟରେ ଆହତ

ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଜଗତରୁ ପୁଣି ଏକ ଦୁଃଖଦ ଖବର ଆସିଛି । ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ପଲ୍ଲବୀ ଜୋଶୀ ଆହତ ହୋଇଛନ୍ତି । ଶୁଟିଂ ସେଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି । ପଲ୍ଲବୀ ତାଙ୍କର ଆଗାମୀ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର’ର ଶୁଟିଂ ହାଇଦ୍ରାବାଦରେ କରୁଥିଲେ । ତେବେ ଶୁଟିଂ ସମୟରେ ଏକ ଗାଡ଼ି ନିୟନ୍ତ୍ରଣ ହରାଇବାରୁ ପଲ୍ଲବୀଙ୍କ ସହିତ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ତେବେ ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମର ନିର୍ଦ୍ଦେଶକ ପଲ୍ଲବୀ ଜୋଶୀ ଆହତ ହେବା ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର । ତେବେ ପଲ୍ଲବୀଙ୍କର ସ୍ଥିତି ସେତେ ଗମ୍ଭୀର ନଥିବା ଏକ ସୂତ୍ରରୁ ଜଣାପଡ଼ିଛି । ପଲ୍ଲବୀ ପ୍ରଥମେ ନିଜର ଶୁଟ୍ ଶେଷ କରିଥିଲେ ଓ ତା’ପରେ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ ସ୍ଥିତି ଗୁରୁତର ନଥିବା ସୂଚନା ଦେଇଛନ୍ତି । ତେବେ ଏହା ଫ୍ୟାନ୍ସଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ।

ପଲ୍ଲବୀଙ୍କ ସହିତ ସୁଟିଂ ସେଟରେ ଏହି ଦୁର୍ଘଟଣା ଘଟିବା ପରେ ବିବେକ ଏକ କ୍ରିଟିକ ପୋଷ୍ଟ ଶେୟାର କରିଛନ୍ତି । ସେ ଲେଖିଛନ୍ତି ‘ଜୀବନ ହେଉଛି ଦ୍ରୁତ ଗତି, ଭାରି ଟ୍ରାଫିକ, ନିଶାରେ ଗାଡ଼ି ଚଳାଉଥିବା ଲାକଙ୍କ ପାଇଁ ଦୁର୍ଘଟଣାଗ୍ରସ୍ତ ସଡ଼କ ଦୌଡ଼ର ଖେଳ ପାଲଟିଛି । ସମସ୍ତଙ୍କୁ ନିଜକୁ ନିଜେ ବଞ୍ଚାଇବା ଜରୁରୀ । ଅଧିକାଂଶ ଲୋକ ଦୁର୍ଘଟଣା ପରେ ଆଗକୁ ବଢ଼ିପାରନ୍ତି ନାହିଁ । ମାତ୍ର ଯେଉଁମାନେ ଦୁର୍ଘଟଣାରୁ ବର୍ତ୍ତିଯାଆନ୍ତି, ସେମାନେ ଉଠି ପୁଣି ଆଗକୁ ମାଡ଼ି ଚାଲନ୍ତି ଓ ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି ।

Get real time updates directly on you device, subscribe now.