fbpx

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଖଡ଼ିଆଳ ବିଡିଓ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଖଡ଼ିଆଳର ବିଡ଼ିଓ । ଖବର ମୁତାବକ, ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣଙ୍କ ଘରେ ଚଢ଼ାଉ ହୋଇଛି । ଏକସଙ୍ଗେ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ନୂଆପଡା ଓ ବଲାଙ୍ଗୀର ରେ ରେଡ୍ ହୋଇଛି ।

ନିକଟରେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ ପୁରୀ ଜିଲ୍ଲାର ବହୁ ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ସଞ୍ଜୟକୁମାର ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ସେ ଏକ କେସ୍ ଡାଏରୀ ଦାଖଲ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । ସଞ୍ଜୟ ପୁରୀ ଜିଲ୍ଲାର ବହୁ ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ଥିଲେ । ସେଥିପାଇଁ ମାଫିଆଙ୍କୁ ମାସିକିଆ ଟଙ୍କା ସଂଗ୍ରହ ହେଉଥିବା ସେ ଅଭିଯୋଗ ଆଣିଥିଲେ । ଏତତ୍ ବ୍ୟତୀତ ଅବକାରୀ କମିସନରଙ୍କୁ ମଧ୍ୟ ଏନେଇ ଚିଠି ଲେଖିଥିଲେ ସଞ୍ଜୟ । କିନ୍ତୁ ସେ ଏକ କେସ୍ ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.