fbpx

ଦ୍ୱାଦଶ ଶ୍ରେଣୀ ଇତିହାସ ସିଲାବସ୍ ପରିବର୍ତ୍ତନ କଲା NCERT: ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ, ସିବିଏସଇକୁ ଦିଆଗଲା ସୂଚନା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଇତିହାସ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ‘ହରପ୍ପା ସଭ୍ୟତାର ଉତ୍ପତ୍ତି ଓ ପତ୍ତନ’ ଚାପ୍ଟରକୁ ବଦଳା ଯାଇଛି । ଏହି ପରିବର୍ତ୍ତନ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ରୁ ଲାଗୁ ହେବ । ଏନେଇ ଏନସିଇଆରଟି ପକ୍ଷରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)କୁ ସୂଚନା ଜାରି କରାଯାଇଛି ।

ଏନସିଇଆରଟି ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଇତିହାସର ‘ହରପ୍ପା ସଭ୍ୟତାର ଉତ୍ପତ୍ତି ଓ ପତ୍ତନ’ ଚାପ୍ଟର ପରିବର୍ତ୍ତନ କରାଯାଇଛି । ହରିୟାଣାର ସିନ୍ଧୁ ଘାଟି ସ୍ଥଳ, ରାଖିଗଢ଼ୀର ପୂରାତନ ସ୍ରୋତରୁ ମିଳିଥିବା ପ୍ରାଚୀନ ଡିଏନଏର ରିସର୍ଚ୍ଚରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବର୍ତ୍ତମାନର ତଥ୍ୟକୁ ଚାଲେଞ୍ଜ ଦେଉଛି । ପୂରାତନ ଅନୁସନ୍ଧାନରୁ ଠୋସ୍ ପ୍ରମାଣ ମିଳିବା ପରେ ପାଠ୍ୟକ୍ରମରେ ହରପ୍ପା ସଭ୍ୟତାର ତଥ୍ୟରେ ସଂଶୋଧନ କରିବା ଜରୁରୀ ହୋଇଥିଲା ।

ଏନସିଇଆରଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍କୁଲ ଶିକ୍ଷା ସହ ସମ୍ବନ୍ଧିତ ମାମଲାରେ ସହାୟତା ପ୍ରଦାନ କରୁଥିବା ଓ ପରାମର୍ଶ ଦେଉଥିବା ଏକ କେନ୍ଦ୍ରୀୟ ସଂସ୍ଥା । ଆବଶ୍ୟକତା ଅନୁସାରେ ଅନେକ ସମୟରେ ଏନସିଇଆରଟି ପୁସ୍ତକରେ ପରିବର୍ତ୍ତନ କରିଥାଏ । ଏନସିଇଆରଟି ଦ୍ୱାଦଶ ଶ୍ରେଣୀ ବ୍ୟତୀତ ୭ମ, ୮ମ, ୧୦ମ ଓ ଏକାଦଶ ଶ୍ରେଣୀର ଇତିହାସ, ସମାଜଶାସ୍ତ୍ର ସିଲାବସରେ ମଧ୍ୟ ପରିବର୍ତ୍ତନ କରିଛି । ହରପ୍ପା ସଭ୍ୟତାର ଇଟା, ମୋତୀ ଓ ହାଡ଼ ଶୀର୍ଷକ ଥିବା ଚାପ୍ଟର ପରିବର୍ତ୍ତନ କରାଯାଇଛି । ଭାରତୀୟ ଇତିହାସ ବିଷୟ ବସ୍ତୁ ଭାଗ-୧ରେ ସାମିଲ ରହିଥିବା ବେଳେ ଚାପ୍ଟର ୩ରେ ନୂଆ ପାରାଗ୍ରାଫ ଯୋଡ଼ା ଯାଇଛି । ସେଥିରେ ରାଖିଗଢ଼ୀରେ ହୋଇଥିବା ଡିଏନଏ ରିସର୍ଚ୍ଚ ବିଷୟରେ ଲେଖାଯାଇଛି ।

Get real time updates directly on you device, subscribe now.