fbpx
BSKY SKY
BSKY SKY

ଚନ୍ଦ୍ରପୃଷ୍ଠରେ କାର୍‌ରେ ବୁଲିବେ ମହାକାଶଚାରୀ, ୩ କମ୍ପାନୀକୁ ନାସା ଦେଲା ସ୍ୱତନ୍ତ୍ର କାର୍ ତିଆରି କାମ

BSKY

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଦୀର୍ଘ ପଥ ଅତିକ୍ରମ କରିବା ପାଇଁ ନାସା ଏହାର ମହାକାଶଚାରୀଙ୍କ ପାଇଁ କାର୍ ନିର୍ମାଣ କରୁଛି । ଏହି କାମ ପାଇଁ ନାସା ୩ କମ୍ପାନୀଙ୍କୁ ଚୟନ କରିଛି । ଇନଟ୍ୟୁଟିଭ୍ ମେସିନ୍‌, ଲୁନାର ଆଉଟପୋଷ୍ଟ, ଭେଣ୍ଟୁରୀ ଆଷ୍ଟ୍ରୋଲ୍ୟାବ ଏହି ୩ କମ୍ପାନୀକୁ ନାସା ସ୍ୱତନ୍ତ୍ର କାର୍ ଲୁନାର ଟରେନ୍ ଭେଇକିଲ୍ (ଏଲ୍‌ଟିଭି) ନିର୍ମାଣ ଦାୟିତ୍ୱ ଦେଇଛି । ଏହି ୩ କମ୍ପାନୀ ଏବେ ନାସାର ଆର୍ଟେମିସ୍ ମୁନ୍ ମିଶନ ଲାଗି ଲୁନାର ରୋଭର(ସ୍ୱତନ୍ତ୍ର କାର୍‌) ନିର୍ମାଣ କରିବ । ଏହି ରୋଭର୍ସର ବ୍ୟବହାର କରି ଏବେ ମହାକାଶ ବିଜ୍ଞାନୀ ଚନ୍ଦ୍ରପୃଷ୍ଠରେ ଅଧିକ ଦୂର ପର୍ଯ୍ୟନ୍ତ ରିସର୍ଚ୍ଚ କାମ କରିବେ ।

ଏହି ଗାଡି ଆର୍ଟେମିସ୍ ୫ ମିଶନରେ ମହାକାଶଚାରୀଙ୍କ ସହିତ ଚନ୍ଦ୍ରକୁ ପଠାଯିବ । ଏଥିପାଇଁ ୨୦୨୯ ସୁଦ୍ଧା ସମୟ ଧାର୍ଯ୍ୟ କରାଯାଇଛି ।
ହୁଷ୍ଟନ ସ୍ଥିତ ନାସାର ଜନସନ୍ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ଭନେସା ଭାଇସ୍ କହିଛନ୍ତି, ଆମେ ଲୁନାର ଏକ୍ସପ୍ଲୋରେସନ ଭେଇକିଲ୍ ନିର୍ମାଣ କରିବାକୁ ଯାଉଛୁ । ଏହି ଗାଡି ଚନ୍ଦ୍ରପୃଷ୍ଠରେ ମହାକାଶଚାରୀଙ୍କ ଶକ୍ତି ଓ କ୍ଷମତା ବୃଦ୍ଧି କରିବ । ଏହାସହିତ ଏହା ସାହାଯ୍ୟରେ ମହାକାଶଚାରୀ ସେହିସ୍ଥାନକୁ ଯାଇପାରିବେ ଯେଉଁଠିକୁ ଯିବାରେ ବିପଦ ରହିଛି ।

Get real time updates directly on you device, subscribe now.