fbpx

୧୩ ବଗି ଲାଇନଚ୍ୟୁତ; ରେଳ ଚଳାଚଳ ବ୍ୟାହତ

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକରେ ଏକ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ମାଲଗାଡିର ୧୩ଟି ଡବା ଲାଇନଚ୍ୟୁତ ହେବା ଫଳରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ଚରମ୍ପା ନିକଟସ୍ଥ ଧାମରାରେ ମାଲଗାଡିର ୧୩ଟି ଡବା ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି ।

ଟ୍ରେନଟି କୋଇଲା ଆଣିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଧାମରା ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭଦ୍ରକ ଆଡୁ ଧାମରାକୁ କୋଇଲା ବୋଝେଇ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.