fbpx

ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟ ସିଲ୍, ୧୩ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ମାତା ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟକୁ କୋଭିଡ୍ ସଂକ୍ରମଣ କାରଣରୁ ବନ୍ଦ କରିଦିଆଯାଇଛି । ଏଠାରେ ୧୩ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କଲେଜ୍ କୁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ ଚରଣଦୀପ ସିଂହ । ଡିସେମ୍ବର ୩୧ ତାରିଖ ଦିନ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଏଥିରେ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଦେଶରେ କୋଭିଡ୍ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାର ନୂତନ ଭାରିଆଣ୍ଟ୍ ଜନିତ ସଂକ୍ରମଣ ବୃଦ୍ଧି ପାଉଛି । ମୁମ୍ବାଇରେ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ୫୫ ପ୍ରତିଶତ ବୃଦ୍ଧି ପାଇଛି ।

Get real time updates directly on you device, subscribe now.