ସନ୍ତାନ ଜନ୍ମ ଦେଲେ 13 ବର୍ଷୀୟ ଦୁଷ୍କର୍ମ ପୀଡିତା, ଗ୍ୟାଙ୍ଗ ରେପର ମାଷ୍ଟରମାଇଣ୍ଡ ଥିଲା ସମ୍ପର୍କୀୟ ଭାଇ

ଗର୍ଭନଷ୍ଟ ପାଇଁ ଗୁଜୁରାଟ ହାଇକୋର୍ଟ ଅନୁମତି ଦେଇଥିଲେ ହେଁ ସନ୍ତାନ ଜନ୍ମ ଦେଲେ ଦୁଷ୍କର୍ମ ପୀଡିତା ।

ନୂଆଦିଲ୍ଲୀ: ଗୁଜୁରାଟର ରାଜକୋଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ 13 ବର୍ଷୀୟ ନାବାଳିକା ଦୁଷ୍କର୍ମ ପୀଡିତା ଏକ ଶିଶୁକୁ ଜନ୍ମ ଦେଇଛନ୍ତି ।  ଗୁଜୁରାଟ ହାଇକୋର୍ଟ ଗର୍ଭ ନଷ୍ଟ କରିବା ପାଇଁ ଅନୁମତି ଦେଇଥିଲେ ହେଁ ମେଡିକାଲ ଜଟିଳତା ପାଇଁ ନାବାଳିକା ଜଣକ ଛୁଆକୁ ଜନ୍ମ ଦେଇଛନ୍ତି ।

ସମ୍ପର୍କୀୟ ଭାଇ ଭିଆଇଥିଲା କାଣ୍ଡ- ଖବର ଅନୁସାରେ, ନାବାଳିକାକୁ ତାଙ୍କର ସମ୍ପର୍କୀୟ ଭାଇ ଏବଂ ତାଙ୍କ ସାଙ୍ଗ ମିଶି ବଳତ୍କାର କରିଥିଲା । ତେବେ ହାଇକୋର୍ଟରେ ଏହି ଖବର ଶୁଣାଣି ବେଳକୁ ଗର୍ଭବତୀ 33 ସପ୍ତାହର ଗର୍ଭବତୀ ଥିଲେ ।

ହାଇକୋର୍ଟ ଦେଇଥିଲେ ବଡ଼ ରାୟ-  ତେବେ ଶୁଣାଣି ସମୟରେ ଗର୍ଭ ନଷ୍ଟ କରିପାରିବେ ବୋଲି ଗୁଜୁରାଟ ହାଇକୋର୍ଟ ଅନୁମତି ଦେଇଥିଲେ । ସେତେବେଳକୁ ଭୃଣରେ ପେଟରେ ବଡ ହୋଇଯାଇଥିବା ବେଳେ ଡାକ୍ତର ଜୀବନ ପ୍ରତି ବିପଦ ଥିବା କଥା କହିଥିଲେ ।

ତେଣୁ ଡାକ୍ତରଙ୍କ ପରାମର୍ଶ ନେଇ ସେ ଅସ୍ତ୍ରପୋଚାର କରି ଛୁଆକୁ ଜନ୍ମ ଦେଇଥିଲେ । କହିରଖୁଛୁ କି, 33 ସପ୍ତାହର ଗର୍ଭବତୀକୁ ଗର୍ଭ ନଷ୍ଟ କରିବା ପାଇଁ ଅନୁମତି ଦେବା ଏହା ପ୍ରଥମ ଘଟଣା ଅଟେ ।